Sunday, March 8, 2026
Homeରାଜ୍ୟଶିକ୍ଷକ ଚକ୍ରଧର ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ଶିକ୍ଷକ ଚକ୍ରଧର ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ଧନ୍ଦାମୂଳକ ପ୍ରଶିକ୍ଷକ ଚକ୍ରଧର ନାୟକ ତାଙ୍କ ଚାକିରୀରୁ ଅବ୍ୟାହତି ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀ ନାୟକଙ୍କ ସୁଗୁଣ ଗୁଡିକୁ ବର୍ଣ୍ଣନା କରିଥିଲେ। ପିଲା ମାନେ ନାୟକ ସାରଙ୍କ ପାଠ୍ୟ ଶୈଳୀ ଓ ଛାତ୍ରୀ ମାନଙ୍କ ପ୍ରତି ତାଙ୍କର ସ୍ନେହ ବିଷୟରେ କହିଥିଲେ।

ନିଜେ ନାୟକ ବାବୁ ଏହି ବିଦ୍ୟାଳୟର ରହଣୀକାଳ ମଧ୍ୟ୍ୟରେ ନିଜ ଅନୁଭୂତି ପ୍ରକାଶ କରିଥିଲେ। ଛାତ୍ରୀ ମାନଙ୍କ ଅନୁରୋଧ ରକ୍ଷା କରି ରାଇମୋହନଙ୍କ ଅଭିନୟ କରି ଦେଖେଇଥିଲେ। ରବିନା ପଧାନ ସଭା ପରିଚାଳନା କରିଥିଲା ବେଳେ ମାନସ ରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ରେ ଶିକ୍ଷୟତ୍ରୀ ପୂଜାରାଣୀ ନାୟକ, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ଖୁଶବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନୀଳିମାରାଣୀ ମହାନ୍ତି, ସୁଷମା ଦାଶ, କର୍ମଚାରୀ ଦୁଷ୍ମନ୍ତ ଛତର ଓ କମଳା କୁମ୍ଭାର ଉପସ୍ଥିତ ଥିଲେ।

error: Content is protected !!