Monday, November 25, 2024
spot_imgspot_imgspot_img
Homeରାଜ୍ୟଶିକ୍ଷକଙ୍କ ତ୍ରିଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ ।

ଶିକ୍ଷକଙ୍କ ତ୍ରିଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ ।

ବୁଗୁଡା(ସୋରେନ କୁମାର ପ୍ରଧାନ)- ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୨୧ ତାରିଖଠାରୁ ଆୟୋଜିତ ଶିକ୍ଷକମାନଙ୍କର ତ୍ରିଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏବିଇଓ ଅମିତା କୁମାରୀ ପାଢୀଙ୍କ ଦ୍ବାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୩୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସମ୍ବଳ ଶିକ୍ଷକ ଭାବେ ପ୍ରଫୁଲ୍ଲ କୁମାର ସାହୁ , କମଳ ଲୋଚନ ପାଣିଗ୍ରାହୀ , ନାରାୟଣ ମହାନ୍ତି ଓ ଚିତ୍ରସେନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମ ଅବସରରେ ଶିକ୍ଷକ ନେତୃତ୍ବ , ଶିକ୍ଷକମାନଙ୍କର ବିକାଶତ୍ମକ ମନୋବୃତ୍ତି , ସାମାଜିକ-ଆବେଗିକ ଓ ନୈତିକ ଶିକ୍ଷା , ଅନ୍ତର୍ନିବେଶୀ ଶିକ୍ଷା , ବସ୍ତାନୀ ବିହୀନ ପାଠପଢା ଦିବସ , ସାମାଜିକ ଲିଙ୍ଗଭିତ୍ତିକ ସମତା ପାଇଁ ଏକ ପ୍ରୟାସ , ଜାତୀୟ ଉପଲବ୍ଧି ସର୍ବେକ୍ଷଣ , ମାସିକ ପାଠ୍ଯ ଖସଡା ଯୋଜନା , ଟାବଲେଟର ବ୍ଯବହାର , ସାଇବର ସୁରକ୍ଷା , ସାମାଜିକ ଗଣମାଧ୍ୟମର ବ୍ଯବହାର , ବିଦ୍ୟାଳୟର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଆଦି ବିଷୟରେ ସମ୍ବଳ ଶିକ୍ଷକମାନଙ୍କ ଦ୍ୱାରା ପ୍ରକ୍ରିୟାତ୍ମକ ଜ୍ଞାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଇଓ ଚିନ୍ମୟ ମହାପାତ୍ର ଓ ଏବିଇଓ ତପସ୍ବିନୀ ସାହୁ ପର୍ଯ୍ଯବେକ୍ଷଣ କରିଥିଲେ।

error: Content is protected !!