Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶାରଦୀୟ ରଞ୍ଜିତା ର ଦ୍ବିତୀୟ ସନ୍ଧ୍ୟା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣ ଦରବାର ଅନୁଷ୍ଠିତ।

ଶାରଦୀୟ ରଞ୍ଜିତା ର ଦ୍ବିତୀୟ ସନ୍ଧ୍ୟା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣ ଦରବାର ଅନୁଷ୍ଠିତ।

ପଦ୍ମପୁର – ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ଦ୍ଵିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ରଞ୍ଜିତା କାର୍ଯ୍ୟକ୍ରମକୁ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପ୍ରତାପ ମିଶ୍ର,ସମ୍ପାଦକ ଶ୍ରୀ ଯୁଗଳ କିଶୋର ସାହୁ ଓ ବରିଷ୍ଠ ସଦସ୍ୟ ଶ୍ରୀ ପ୍ରୀତମ ମେହେର ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପ୍ରଥମେ ଛୁମକୁ ଛୁମା ଭେଡେନର କଳାକାରମାନେ ଏକ ସମ୍ବଲପୁରୀ ଭଜନ ସହ ଲୋକନୃତ୍ୟ ପରିବେଷଣ କରିଥିଲେ।

ଏହାପରେ ମହାରାଜ ରାବଣଙ୍କ ଦରବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଦରବାରରେ ପଞ୍ଚବାଦ୍ୟ ସମ୍ବଲପୁର ଓ ଦିବ୍ୟରୂପା କଳା ପରିଷଦ ବରଗଡ଼ର କଳାକାର ମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହି ନେଇଥିଲେ। ମହାରାଜ ରାବଣ ଭୂମିକାରେ ଶ୍ରୀ ନିର୍ମଳ ମେହେର ଓ ତାଙ୍କର ସାଥୀ କଳାକାର ମାନଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା।

ସାଂସ୍କୃତିକ ଦଳ ମାନଙ୍କୁ ଉପ ସଭାପତି ଶ୍ରୀ ଅଜିତ ଶତପଥୀ, ଶ୍ରୀ ସନ୍ତୋଷ ମହାନ୍ତି ଓ ନବ ବରିହା ସମ୍ମାନୀତ କରିଥିଲେ। ଶ୍ରୀ ବିଜୟ ଦାନୀ ଓ ରାଜେଶ ଗୁର୍ଲା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଦ୍ବିତୀୟ ଦିନର କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ଶ୍ରୀ ପ୍ରମୋଦ ନାଥ, ଶ୍ରୀ ସଂଜୀବ ବହିଦାର, ଶ୍ରୀ ରାଜେଶ ଗୁର୍ଲା, ଶ୍ରୀ ରମେଶ ଗୁର୍ଲା ଓ ଶ୍ରୀ ବିଜୟ ଦାନୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!