ପଦ୍ମପୁର-ଶାନ୍ତିନଗର ସ୍ଥିତ ମାଉସି ମାଁ ମନ୍ଦିର ଠାରେ କମିଟିର ସଭାପତି ଡା. ଦେବାଶିଷ ରଥଙ୍କ ସଭାପତିତ୍ୱରେ ଚଳିତ ବର୍ଷ ୨୦୨୪ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୦୭.୦୭.୨୦୨୪ ରବିବାର ରଥଯାତ୍ରା ଦିନ ଅପରାହ୍ନ ୬ଘଣ୍ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ମାଁ ମାଉସୀ ମନ୍ଦିର କୁ ପ୍ରବେଶ କରିବେ।
ପ୍ରତ୍ୟେକ ଦିନ ସକାଳ ୭.୩୦ ଘଣ୍ଟା ସମୟରେ ଓ ସନ୍ଧ୍ୟା ୬.୩୦ ଘଣ୍ଟା ସମୟରେ ମାଉସି ମାନଙ୍କ ଓ ସାତ ଦିନର ବିଭିନ୍ନ କର୍ତ୍ତାଙ୍କ ଦ୍ୱାରା ମହା ଆଳତି ସଙ୍ଗେ ତା. ୦୯.୦୭.୨୦୨୪ ରୁ ତା.୧୨.୦୭.୨୦୨୪ ସନ୍ଧ୍ୟା ୦୭.୦ ଘଣ୍ଟା ସମୟରୁ ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ ପ୍ରବଚକ ଶ୍ରୀ ଇପ୍ସିତ ମିଶ୍ର ଙ୍କ ଦ୍ୱାରା ଆୟୋଜନ ହେବା ସହିତ ୧୩.୦୭.୨୦୨୪ ମହିଳା ବୈଠକୀ ଓ ୧୪.୦୭.୨୦୨୪ ପୁରୁଷ ବୈଠକୀ ଆୟୋଜିତ ହେବ ।
ପ୍ରତ୍ୟେକ ଦିନ ମାଧ୍ୟାନ୍ନ ୧୨.୩୦ ରେ ମହାପ୍ରଭୁଙ୍କ ଅନ୍ନ ଭୋଗର ବ୍ୟବସ୍ତା ରହିଛି । ବାହୁଡା ଦିନ ସାଂସ୍କୃତିକ ଦଳ ସାଙ୍ଗରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଘ. ୪.ଘଣ୍ଟା ସମୟରେ ନିଜର ଶ୍ରୀ ମନ୍ଦିର ବାହୁଡି ଯିବେ । ପଦ୍ମପୁର ସମସ୍ତ ଆବାଲ ବୃଦ୍ଧ ବନିତା ଏହି ରଥ ଯାତ୍ରାଠୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଆସି ପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ ଯାତ୍ରାର ମଜା ନେବାକୁ କମିଟି ତରଫ ରୁ ଅନୁରୋଧ କରିଛନ୍ତି ।
ଆଜିର ବୈଠକରେ ମାଉସି ମାଁ ମନ୍ଦିର ,ଶାନ୍ତିନଗର ପଦ୍ମପୁର ର ସମସ୍ତ ବୟୋଜୈଷ୍ଠ ଉପଦେଷ୍ଠା ଓ ସମସ୍ତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହି ନିଜର ସୁ ଚିନ୍ତିତ ମତାମତ ଦେଇଥିଲେ ।