ବରପାଲି-ବରପାଲି ବ୍ଳକ ଅର୍ନ୍ତଗତ ଭିନ୍ନଭିନ୍ନ ଅଞ୍ଚଳରେ ଶାନ୍ତିକୁଞ୍ଜ ହରିଦ୍ଵାର ଗାୟତ୍ରୀ ଅଖଣ୍ଡ ଜ୍ୟୋତି କଳସ ରଥ ପରିକ୍ରମା ହୋଇଯାଇଛି। ପରମଂ ବନ୍ଦନୀୟା ମାତାଜୀ ଭଗବତୀ ଆଚାର୍ଯ୍ୟଙ୍କ ଜନ୍ମଶତାଦ୍ଧୀ ୧୦୦ ବର୍ଷ ପୁରଣ ହୋଇଥିବା ଯୋଗୁ ଅଖଣ୍ଡ ଜ୍ୟୋତି କଲସ ରଥ ପରିକ୍ରମା ଅଭିଯାନ ଶାନ୍ତିକୁଞ୍ଜ ହରିଦ୍ଵାର ଗାୟତ୍ରୀ ଶକ୍ତି ପୀଠ ପକ୍ଷରୁ ଆରମ୍ଭ କରାଯାଇଛି। ଭାରତର ସମସ୍ତ ରାଜ୍ୟ ମାନଙ୍କରେ ପହଞ୍ଚିବା ସହ ରଥ ପରିକ୍ରମା ସମ୍ପର୍କରେ ପ୍ରଚାର ପ୍ରସାର ଦିଗରେ ଅଗ୍ରସର ହେଉଛନ୍ତି। ମୂଖ୍ୟତଃ ସତ୍ ମାର୍ଗ ଓ ସତ୍ ଦିଗରେ ଅଗ୍ରଗତି ନେଇ ପରମଂ ପୂଜ୍ୟ ଗୁରୁଦେବ ଏବଂ ପରମଂ ବନ୍ଦନୀୟା ମାତାଜୀଙ୍କ ନିର୍ଦ୍ଦେଶକୁ ଅନୁକରଣ ମାଧ୍ୟମରେ ଅନୁଗାମୀ ହେବାକୁ ପ୍ରବର୍ତ୍ତାଇଥିଲେ।

ଏହି ଅବସରରେ ବରଗଡ଼ ଜିଲ୍ଲାର ସମସ୍ତ ବ୍ଳକ ଅଞ୍ଚଳକୁ ଆଗାମି ତିନିଦିନ ପର୍ଯ୍ଯନ୍ତ ଜ୍ୟୋତି କଳସ ରଥ ପରିକ୍ରମା ବରପାଲି ବ୍ଲକ ଅଞ୍ଚଳରେ ପହଞ୍ଚିଥିଲା। ବରମକେଲା ଓ ଗ୍ରୀଣ୍ଡୋଲା ଗ୍ରାମରେ ରଥ ବୁଲିବା ଅବସରରେ ଗ୍ରାମବାସୀ ମାନେ ରଥ ସହ ଅତିଥି ଆଗନ୍ତୁକ ମାନଙ୍କୁ ପୂଜାର୍ଚ୍ଚନା ସହିତ ସ୍ବାଗତ ଜଣାଇଥିଲେ। କାର୍ଯ୍ଯକ୍ରମର ମଙ୍ଗ ଧରିଥିଲେ ଗ୍ରୀଣ୍ଡୋଲା ଗ୍ରାମର ଗାୟତ୍ରୀ ପରିବାର ରଘୁନାଥ ପଧାନ, ନାରେନ୍ଦ୍ର ପଟେଲ୍ , ଉର୍କୁଲୁ ଷାଣ୍ଢ , ତ୍ରିଲୋଚନ ଭୁଏ , ଗିରିଧାରୀ ସେଠ , ପୁଷ୍ପାଞ୍ଜଳି ସେଠ , ଯଶୋବନ୍ତୀ ପଧାନ ଏବଂ ବରମକେଲା ଗ୍ରାମର ବେଦବର ପଧାନ, ନୃସିଂହ ପଧାନ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ ।



