Saturday, March 7, 2026
HomeUncategorizedଶହୀଦଙ୍କ ସ୍ମୃତି ଉଦ୍ଧେଶ୍ୟରେ ଗଢିଉଠିଥିବା ବୀର ଛକ ମଇଳା ଆବର୍ଜନାରେ ପରିପୂର୍ଣ୍ଣ ।

ଶହୀଦଙ୍କ ସ୍ମୃତି ଉଦ୍ଧେଶ୍ୟରେ ଗଢିଉଠିଥିବା ବୀର ଛକ ମଇଳା ଆବର୍ଜନାରେ ପରିପୂର୍ଣ୍ଣ ।

ବରଗଡ଼-ଆମ ଦେଶ ଭାରତ ଚଳିତ ବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି କିନ୍ତୁ ଦୁଃଖର ବିଷୟ ଯେ ଦେଶକୁ ସ୍ୱାଧୀନ କରିବାରେ ଯେଉଁମାନେ ନିଜର ସର୍ବସ୍ୱ ବଳିଦାନ ଦେଇ ଆମକୁ ବ୍ରିଟିଶ କବଳରୁ ମୁକ୍ତି ଦେଇଥିଲେ ଆଜି ସେଇ ମହାନ ସ୍ୱାଧୀନତା ସଂଗ୍ରାମୀ, ସଂଗ୍ରାମୀ ପୀଠକୁ ଅଣଦେଖା କରୁଛି ପ୍ରସାଶନ । ଜିଲ୍ଲା ପ୍ରସାଶନର ଉଦାସୀନତା,ଦାୟୀତ୍ୱହୀନତା ଯୋଗୁ ଆଜି ଅଗଷ୍ଟ ୧୨ତାରିଖ ହୋଇଯାଇଥିଲେ ସୁଦ୍ଧା ଶୋଚନୀୟ ଅବସ୍ଥାରେ ପଡିରହିଛି ଶହୀଦ ମାଧୋ ସିଂ ସ୍ମୃତି ଉଦ୍ଧେଶ୍ୟରେ ଗଢି ଉଠିଥିବା “ବୀର ଛକ” ।

ଏବାବଦରେ ବରଗଡ଼ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ କହୁଛନ୍ତି ବରଗଡ଼ ମୁନ୍ସୀପାଳିଟି କୁ ସେମାନେ କହିଛନ୍ତି ସଫାସୁତୁରା କରିଦେବା ପାଇଁ । ଏପଟେ ମୁନ୍ସୀପାଳିଟି କୁ ଯୋଗାଯୋଗ କରିବା ପରେ ସେମାନେ କହୁଛନ୍ତି ବୀର ଛକ ତାଙ୍କର ଜୁଡିକ୍ସନ ରେ ଆସୁନାହିଁ ଏଣୁ ସେମାନେ ତାର ପରିସ୍କାର ପରିଚ୍ଛନ୍ନତା କରି ପାରିବେ ନାହିଁ । ତାହା ଗ୍ରାମାଞ୍ଚଳ ଏରିଆରେ ଆସୁଥିବାରୁ ବିଡ଼ିଓଙ୍କୁ ଦେଖାକରିବାକୁ ହେବ ……

ଏପଟେ ବିଡ଼ିଓ ମହାଶୟ କହୁଛନ୍ତି ତାଙ୍କ ପାଖରେ ସେତିକି ଫୋଣ୍ଡ ନାହିଁ ସେମାନେ କେବଳ ତାର ସଫାସୁତୁରା କରିଦେବା ଛଡା ଜାତୀୟ ପତାକା ଉତ୍ତୋଳନ ସକାଶେ ଅନ୍ୟାନ୍ୟ କୌଣସି ଆନୁଷଙ୍ଗିକ ସୁବ୍ୟବସ୍ଥା କରି ପାରିବେ ନାହିଁ । ଶହୀଦ ଙ୍କ ସ୍ମୃତି ସ୍ତମ୍ଭରେ ସ୍ୱାଧୀନତା ଦିବସ ପାଳନ ସକାଶେ ଏମାନଙ୍କ ପାଖରେ ଫୋଣ୍ଡ ନଥିବା ବେଳେ କୌଣସି ନେତା ମନ୍ତ୍ରୀ ଆସିଲେ ……ଏତିକି ବ୍ୟୟବହୁଳ ସଭା , ସ୍ୱାଗତ ସମାରୋହ ଆୟୋଜନ କରିବାରେ ଅର୍ଥ କୁଆଡୁ ଆସିଥାଏ ? ଏଥିରୁ ଆପଣ ମାନେ ଜାଣି ପାରୁଥିବେ ଯେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନର ସମ୍ମାନ କେତେ ।

error: Content is protected !!