Saturday, March 7, 2026
Homeରାଜନୀତିଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ପତ୍ର ଦାଖଳ କଲେ ଗୋବର୍ଦ୍ଧନ ଭୁଏ ।

ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ପତ୍ର ଦାଖଳ କଲେ ଗୋବର୍ଦ୍ଧନ ଭୁଏ ।

ପଦ୍ମପୁର-ପୂର୍ବରୁ ଉଭୟ କଂଗ୍ରେସ , ବିଜେଡି ଓ ସ୍ୱାଧିନ ପ୍ରାର୍ଥୀ ନାମାଙ୍କନ ଦାଖଳ କରିଥିବା ବେଳେ ଆଜି ନାମାଙ୍କ ଦାଖଳ ଶେଷ ଦିନରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ନାମାଙ୍କନ ଦାଖଳ କରିଛନ୍ତି । ନାମାଙ୍କନ ଦାଖଳ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେପି । ପଦ୍ମପୁର ସହରର ଅଶୋକ ପଡିଆ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ପଦ୍ମପୁର ବିଧାନସଭା ରିଟର୍ଣ୍ଣି ଅଧିକାରୀ ତଥା ପଦ୍ମପୁର ଉପଜିଲ୍ଲାପାଲ ଆଲୋକ କୁମାର ପଟେଲଙ୍କ ଠାରେ ନାମାଙ୍କନ ପତ୍ର ଦାଖଳ କରିଛନ୍ତି ।

ନାମାଙ୍କନ ଦାଖଳ ଶୋଭାଯାତ୍ରାରେ ବରଗଡ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ,ଜିଲ୍ଲା ସଭାପତି ଅରୁପା ସାହୁ,ଚିନ୍ମୟ କୁମାର ପଣ୍ଡା,ରାଜକିଶୋର ସାହୁ, ସରୋଜ ପାଣିଗ୍ରାହୀ,ଶ୍ରୀକାନ୍ତ ପାଣିଗ୍ରାହୀ ତଥା ଅନ୍ଯାନ୍ଯ ବିଜେପି ନେତା ଉପସ୍ଥିତ ଥିଲେ । ଲୋକଙ୍କ ସମସ୍ୟା , ରାଜ୍ୟ ସରକାର ପଦ୍ମପୁର ପ୍ରତି ଦେଇଥିବା ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ଲଢେଇ ହେବା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖି ଯୋଜନା ବିଷୟରେ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବୁ ବୋଲି କହିଥିଲେ । ଅନ୍ୟ ପକ୍ଷେ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଡବଲ ଇଂଜିନର ସରକାର ପଦ୍ମପୁର ଓ ବରଗଡରୁ ଆରମ୍ଭ ହେବ ବୋଲି କହିଛନ୍ତି ।

error: Content is protected !!