Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଲୋପ ପାଇ ଯାଉଛି ପୁରୁଣା କଳାକୌଶଳ।

ଲୋପ ପାଇ ଯାଉଛି ପୁରୁଣା କଳାକୌଶଳ।

ଗାଇସିଲେଟ-ବର୍ଷା ଋତୁ ଆସିଗଲେ ଚାଷୀ ମନରେ ଆନନ୍ଦ କହିଲେ ନସରେ।ବିଲରେ ଚାଷକାମ କରିବା ସହ ମାଛ ମଧ୍ୟ ଧରିଥାନ୍ତି।ଏଥି ପାଇଁ ଲୋଡା ହୁଏ ନାନା ପ୍ରକାର ମାଛଧରା ଯନ୍ତା,କୁମୁନା,ଚୁରୀଆ,ଥପା,ଧଏଁର,ଥୁପି ଓ ଖଲେଇ।ଏସବୁ ମାଛମରା ଯନ୍ତ୍ର ସେମାନେ ନିଜେ ପ୍ରକୃତିକ ଗଛଲତାରୁ ନିର୍ମାଣ କରିଥାନ୍ତି। ମାଛମରା ଯନ୍ତ୍ର ପାଇଁ ସ୍ବତନ୍ତ୍ର ଭାବେ ଶୁଖିଲା ବାଉଁଶକୁ ପାଣିରେ ବୁଡାଇ ରଖିଲା ପରେ ତାକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପତଳା କରି କାଟି ତିଆରି କରାଯାଏ।

ବର୍ଷା ସମୟରେ ତାକୁ ନେଇ ବିଲରେ ପାଣିଧାରରେ ବସାଯାଇଥାଏ। ପରଦିନ ସକାଳେ ଯନ୍ତାରେ ପଡିଥିବା ମାଛ ଧରି ଘରକୁ ଫେରିଥାନ୍ତି।ବର୍ଷା ଦିନରେ ଏସବୁ ସାମଗ୍ରୀର ଚାହିଦା ମଧ୍ୟ ରହୁଥିଲା। ମାତ୍ର ଏବେ ବିଲରେ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ ଯୋଗୁଁ ଆଉ ମାଛ ଦେଖାଯାଉ ନାହାନ୍ତି। ପୁର୍ବରୁ ଅଣ୍ଟାରେ ବନ୍ଧାଯାଉଥିବା ଖଲେଇ ବଜାରରେ ମଧ୍ୟ ମିଲୁଥିଲା।

ଏବେ ତାହା ବିଲୋପ ହେବାକୁ ବସିଲାଣି। ଜିଲ୍ଲାର ପାରମ୍ପରିକ ମାଛଧରା ପଦ୍ଧତି ଓ ଯନ୍ତ୍ରପାତି ସମ୍ପର୍କରେ ପରବର୍ତ୍ତୀ ପିଢ଼ିକୁ ଅବଗତ କରାଯାଇ ସଂସ୍କୃତି ବିଭାଗ ଏହାର ସଙ୍କଳନ କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

error: Content is protected !!