Sunday, June 15, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଲୋପ ପାଇବାରେ ଲାଗିଲାଣି ଘୋଘୋ ନଣ୍ଡିଆର ଘୁଁଘୁଁ ଶବ୍ଦ ।

ଲୋପ ପାଇବାରେ ଲାଗିଲାଣି ଘୋଘୋ ନଣ୍ଡିଆର ଘୁଁଘୁଁ ଶବ୍ଦ ।

ପାଇକମାଳ-ଆଉ ଶୁଭୁନି ଘୋଘୋ ନଣ୍ଡିଆ ଘୁଁଘୁଁ ଶବ୍ଦ। ସମୟ ଥିଲା ଗାଁ ଗାଁରେ ଆସେ ଘୋଘୋ ନଣ୍ଡିଆ । ଘୋଘୋ ନଣ୍ଡିଆର ଘୁଁଘୁଁ ବାଜାରେ ଗାଁର ଛୋଟ ଛୋଟ ପିଲାମାନେ ଘୋଘୋ ନଣ୍ଡିଆ ବଳଦକୁ ଦେଖି ଖୁସିବ୍ୟକ୍ତ ହେଉଥିଲେ । ଛତିଶଗଡ ରାଜ୍ୟର ପ୍ରାୟେ ଭାଟ ସମ୍ପ୍ରଦାୟ ଲୋକେମାନେ ତାଙ୍କ ସଜ୍ଜିତ ବଳଦକୁ ଆଣି ଗାଁ ଗାଁରେ ବୁଲାଇଥାନ୍ତି । ସେହି ବଳଦ ଘୋଘୋ ନଣ୍ଡିଆ ବଳଦ ବୋଲି ସମସ୍ତେ ଜାଣିଥାନ୍ତି। ପୁରାଣ କାଳରୁ ଜଣାଯାଏ ,ଯେ ଶିବଙ୍କ ବାହାନ ଷଣ୍ଢ ତଥା ନନ୍ଦି । ଶିବ ନନ୍ଦିକୁ ବହୁତ ଭଳ ପାଉଥିଲେ। ଯେଉଁ ଶୈବ ଭକ୍ତମାନେ ନନ୍ଦିକୁ ସନ୍ତୁଷ୍ଟ କରିପାରିଲେ ଶିଘ୍ର ଶିବଙ୍କୁ ଦର୍ଶନ ମିଳେ ବୋଲି ବିଶ୍ଵାସ କରାଯାଏ ।

ତେଣୁ ଆମେ ପ୍ରତ୍ୟେକ ଶୈବ ପିଠରେ ଶିବ ମନ୍ଦିର ଆଗରେ ଷଣ୍ଢ ତଥା ନନ୍ଦିକୁ ପ୍ରଥମେ ପୂଜାକରି ଶିବଙ୍କୁ ପୂଜା କରିଥାନ୍ତି। ପଡୋଶୀ ରାଜ୍ୟ ଛତିଶଗଡ଼ ଭାଟ ସମ୍ପ୍ରଦାୟ ଲୋକେମାନେ ନନ୍ଦି ବଳଦ ତଥା ଘୋଘୋ ନଣ୍ଡିଆ ବଳଦକୁ ସୁସଜ୍ଜିତ କରି ଶିବ ଉପାଖ୍ୟାନ ଗୀତ ବୋଲି ଘୁଁଘୁଁ ବାଜା ବଜାଇ ଗାଁଗାଁକୁ ଆସି ଘୋଘୋ ନଣ୍ଡିଆ ବଳଦକୁ ବୁଲାଇଥାନ୍ତି । ତାକୁ ଗାଁ ଲୋକମାନେ ଘୁଁଘୁଁ ବାଜାର ଶବ୍ଦ ତା ସହିତ ନନ୍ଦି ବଳଦକୁ ଦେଖି ଗାଁକୁ ଆସୁଛି ଘୋଘୋ ନଣ୍ଡିଆ ବୋଲି ସମସ୍ତେ ପିଲାଠୁ ବୁଢା ସମସ୍ତ ଖୁସି ହୁଅନ୍ତି। ଧାନ ଚାଉଳ ଘୋଘୋ ନଣ୍ଡିଆକୁ ପାଣି ଢ଼ାଲି ଦେଇ ଶିବଙ୍କୁ ଶିଘ୍ର ଦର୍ଶନ ମିଳିବ ବୋଲି ବିଶ୍ଵାସ କରନ୍ତି।

ଗୁରୁବାର ପାଇକମାଳ ବ୍ଳକ ମାଣ୍ଡୋସିଲ ଅଞ୍ଚଳ ଗାଁ ଗୁଡିକରେ ଜାମସେଠ,ଭେରୁଆମୁଣ୍ଡା, ଡୁଡୁକିଝରିଆ ଗାଁ ଗୁଡିକରେ ଛତିଶଗଡ଼ରୁ ଘୋଘୋ ନଣ୍ଡିଆ ବଳଦକୁ ବୁଲାଇ ଆଣିଥିଲେ। ଛତିଶଗଡ ମହାସମୁନ୍ଦ ଜିଲ୍ଲା ଲଖନପୁର ଅଞ୍ଚଳର ରାଜରାମ ଦୋଶୀ ତାଙ୍କ ସହଯୋଗୀ ମାନଙ୍କ ସହିତ ଆସି ଗାଁ ଗାଁକୁ ଘୋଘୋ ନଣ୍ଡିଆ ବୁଲାଉଥିଲେ । ରାଜାରାମ କହନ୍ତି ଆମ ପୂର୍ବପୁରୁଷରୁ ଆମେ ଘୋଘୋ ନଣ୍ଡିଆ ବୁଲାଉଛୁ ବୋଲି କହିଛନ୍ତି।

error: Content is protected !!