Saturday, March 7, 2026
Homeରାଜ୍ୟଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧକାରୀମାନଙ୍କ ସହ ବରଗଡ଼ ବିଧାୟକଙ୍କ ତୋରା ଓ ଜମୁର୍ଡ଼ା...

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧକାରୀମାନଙ୍କ ସହ ବରଗଡ଼ ବିଧାୟକଙ୍କ ତୋରା ଓ ଜମୁର୍ଡ଼ା ପଞ୍ଚାୟତ ପରିଦର୍ଶନ ।

ବରଗଡ – ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ତୋରା ପଞ୍ଚାୟତର ନୂଆଖୁଲିପଡ଼ା ଓ ଜମୂର୍ଡା ପଞ୍ଚାୟତର ପାଣିଛତର୍‌ ଅଞ୍ଚଳ ପରିଦର୍ଶନ କରି ପାନୀୟ ଜଳ, ରାସ୍ତା ଘାଟ,ରାସନ୍ କାର୍ଡ ଆଦି ଲୋକମାନଙ୍କ ଦୈନନ୍ଦିନ ସମସ୍ୟା ବିଷୟରେ ଅବଗତ ହେଲେ । ତାଙ୍କ ସହିତ ବରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧକାରୀ, ବିଡ଼ିଓ,ଆର.ଡବ୍ଲୁ.ଏସ୍.ଏସ୍ ଓ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ୟାଗୁଡ଼ିକର ଦ୍ରୁତ ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଲେ।

error: Content is protected !!