ପଦ୍ମପୁର- ପଦ୍ମପୁର ସହରରେ ପିଇବା ପାଣି ସମସ୍ୟା ବିିଭିନ୍ନ ସମୟରେ ଦେଖା ଦେଇଥାଏ । ପଦ୍ମପୁର ସହରର ଜନସାଧାରଣ ପିଇବା ପାଣି ପାଇଁ ଆନ୍ଦୋଳନ କରୁଥିବା ମଧ୍ୟ ଦେଖିବାକୁ ମିଲିଥଏ । ଲୋକ ପିଇବା ପାଣି ଟୋପାଏ ପାଇଁ ବହୁ ଅସୁବିଧା ହେଉଥିବା ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଅଛି । ହେଲେ ଘର ତିଆରି କାମରେ ଠିକାଦାର ସେହି ପିଇବା ପାଣିକୁ ଭ୍ୟବହାର କରୁଥିବା ଦେଖିବାକୁ ମିଲିିିଛି ।
ପଦ୍ମପୁର ଦୈନନ୍ଦିନ ବଜାରରେ ପଦ୍ମପୁର ଏନଏସି ତରଫରୁ ଦୋକାନ ଗୃହ ନିର୍ମାଣ ଚାଲିଛି । ଦୋକାନ ଗୃହ ନିର୍ମାଣ ଦାୟିତ୍ୱରେ ରହିଥିବା ଠିକାଦାର ଜଣକ ସେହି ପିଇବା ପାଣିକୁ ଘର ତିଆରି କାମରେ ବ୍ୟବହାର କରୁଥିବା ଦେଖିବାକୁ ମିଲିଛ । ଘର ତିଆରି ପାଇଁ ସମ୍ପୃକ୍ତ ଠିକାଦାର ଜଣକ ଠିକା କାମରେ ବ୍ୟବହାର କରିବା ପାଇଁ ପାଣିର ମଧ୍ୟ ବ୍ୟୟବରାଦ ରହିଥାଏ ।
ହେଲେ ସେ ଚତୁରତାର ସହ ଲୋକଙ୍କ ପିଇବା ପାଣିକୁ ବ୍ୟବହାର କରୁଛନ୍ତି । ସାଧାରଣ ଜନତା ପିଇବା ପାଣି ନିଜ ଘରେ ସଂଯୋଗ କଲେ ମିଟର ଅନୁସାରେ ଟିକସ ପଇଠ କରିବାକୁ ପଡିଥାଏ । ହେଲେ ପିଇବା ପାଣିକୁ ଘର ନିର୍ମାଣ କାମରେ ବ୍ୟବହାର କରିବା ତାହା ପ୍ରଶ୍ନବାଚୀ । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଏବି ବିଷୟରେ ପଦ୍ମପୁର ଉପଖଣ୍ଡ ପ୍ରଶାସନ ଧ୍ୟନ ଦେବା ପାଇଁ ଦାବୀ ହେଉଛି ।