Saturday, March 7, 2026
Homeଖେଳଲେଣ୍ତା ଚତୁର୍ଥ ରନିଙ୍ଗ୍ ଫୁଟବଲ୍‌ ପ୍ରସ୍ତୁତି ।

ଲେଣ୍ତା ଚତୁର୍ଥ ରନିଙ୍ଗ୍ ଫୁଟବଲ୍‌ ପ୍ରସ୍ତୁତି ।

ବରପାଲି-ବରପାଲି ବ୍ଲକ ଲେଣ୍ଡା ଏଥେଲେଟିକ୍ ଏସୋସିଏସନ୍ ପକ୍ଷରୁ ଚତୁର୍ଥ ଲେଣ୍ତା ରନିଂ ଫୁଟବଲ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ଚୁଡାନ୍ତ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ଏସୋସିଏସନ ସଭାପତି ସୁଶାନ୍ତ ପଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସମ୍ପାଦକ ପ୍ରକାଶ ପଧାନ ସ୍ବାଗତ ଜଣାଇବା ସହ ପ୍ରତିଯୋଗିତାର ଚୁଡାନ୍ତ ତାଳିକା ଉପସ୍ଥାପନ କରିଥିଲେ। ରଞ୍ଜନ ବିଶ୍ବାଲ ସଭାକାର୍ଯ୍ଯ ସଂଚାଳନ ସହ ପ୍ରତିଯୋଗି ଦଳ ମାନଙ୍କ ବିବରଣୀ ଓ ବ୍ଯବସ୍ଥା ତଥା କାର୍ଯ୍ଯକ୍ରମ ସଂଚାଳନ ଉପରେ ବ୍ଯକ୍ତ କରିଥିଲେ।

ପ୍ରତିଯୋଗିତାରେ ମୋଟ ଆଠଟି ଦଳଜୁଲଟ୍,ଜାରିଂ,ଅଇଁଠାପାଲି,ଡୁମ୍ବେର ପାଲି,ମାଲିପାଲି,କାଇଁଶିର, ଧିରପୁର,ବର୍‌ଡୋଲ ପ୍ରଭୁତି ଦଳ ଭାଗ ନେବା ପାଇଁ ଧାର୍ଯ୍ଯ କରାଯାଇଥିଲା। ପ୍ରତିଯୋଗିତାଟି ପଞ୍ଚ ଦିବସିୟ ଭାବେ ଆୟୋଜିତ ହୋଇଥିବା ସ୍ଥଳେ ଆସନ୍ତା ବୁଧବାର ପ୍ରତିଯୋଗିତାର ଉଦଘାଟନୀ ଖେଳ ଜୁଲଟ ଓ ଜାରିଂ ମଧ୍ଯରେ ହେବ। ସେହିପରି ପ୍ରତିଯୋଗିତାର ଉଦଯାପନୀ ଖେଳ ଆଗାମି ୮ତାରିଖ ନୁଆଁଖାଇ ଦିବସରେ ଆୟୋଜିତ ହେବ।

error: Content is protected !!