ବରଗଡ଼-ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଚାପାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବରଗଡ଼ ଜିଲା ସୋହେଲାର ବିକାଶ ଷଣ୍ଢ(୩୫), ବନ୍ଦଲା ଗ୍ରାମର ପାର୍ଥବ ସାହୁ (୩୦) ଏବଂ ଜଗତସିଂହପୁର ଜିଲାର ସୁବ୍ରତ ମଲ୍ଲିକ (୩୫)। ସେମାନେ ରାସ୍ତା ନିର୍ମାଣକାରୀ ସଂସ୍ଥା ଅଶୋକା ବିଲ୍ଡକନର କର୍ମଚାରୀ ବୋଲି ସୂଚନା ମିଳିଛି। ଏହି ସଂସ୍ଥାର ହେଲ୍ପଲାଇନ୍ ଗାଡ଼ିରେ ରାସ୍ତାକାମ ପାଇଁ ଆସିଥିଲେ ଏବଂ ସେହି କାମରେ ନିୟୋଜିତ ଥିବାବେଳେ ଏକ ଟ୍ରକ୍ ଧକ୍କା ଦେବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏଭଳି ଦୁଃଖଦ ଘଟଣା ବିଷୟରେ ଖବରପାଇଁ ମୁଁ ମର୍ମାହତ । ଭଗବାନ ତାଙ୍କର ପରିବାରବର୍ଗଙ୍କୁ ଏ ଦୁଃଖଦ ସମୟ ଅତିବାହିତ କରିବା ପାଇଁ ଅସୀମ ଧର୍ଯ୍ୟ ଦେବା ସହ ସମସ୍ତ ମୃତକଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ସରକାର ତଥା ଅଶୋକା ବିଲଡ଼କୋନ କୁ ମୋର ଅନୁରୋଧ ସମସ୍ତ ମୃତକଙ୍କ ପରିବାରକୁ ଯଥାଶୀଘ୍ର ଅନୁକମ୍ପା ରାଶି ସହାୟତା ଆକାରରେ ଯୋଗାଇ ଦେବା ସହିତ ମୃତକଙ୍କ ପରିବାରରୁ ଜଣକୁ ଲେଖାଏଁ ଚାକିରୀ ଯୋଗାଇ ଦିଆଯାଉ । କାରଣ ଏସବୁ ଯୁବକ ମାନେ ନିଜର ପରିବାର ପରିପୋଷଣ କରିବା ପାଇଁ ରାତି ଅଧିଆ ଅନିଦ୍ରା ସହକାରେ କାର୍ଯ୍ୟରତ ଥିଲେ ।