Saturday, March 7, 2026
Homeଅଘଟଣଲୁହା ପାଇପ ଚୋରୀ ଘଟଣା : ଆଠ ଗିରଫ ।

ଲୁହା ପାଇପ ଚୋରୀ ଘଟଣା : ଆଠ ଗିରଫ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧିନ ଟୋପ ଓ ରେଲୱେ ଲେଭେଲ କ୍ରସିଂ ଠାରେ ଚୋରୀ ହୋଇଥିବା ଲୁହା ପାଇପ ଚୋରୀ ଅଭିଯୋଗରେ ବରଗଡ଼ ମେନ କେନାଲ ରୋଡରେ ଆଠ ଜଣଙ୍କୁ ଅତାବିରା ପୋଲିସ ଆଜି ଗିରଫ କରି କୋର୍ଟ ଚାଳଣା କରିଥିବା ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏଲଏଣ୍ଟଟି କମ୍ପାନୀର ସୁପରଭାଇଜର ପାଇବ ଚୋରୀ ସମ୍ପର୍କରେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଅତାବିରା ପୋଲିସ ତଦନ୍ତ ଚଲାଇଥିଲା ଓ ଆଜି ଆଠ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଭତ୍ରା ଗାଁର ଶଶାଂକ ରଞ୍ଜନ ବେହେରା, ଅତାବିରା ଥାନା ହିର୍ଲିପାଲିର ବ୍ୟାସ ବନଛୋର,ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ମଠପାଲି ଗ୍ରାମର ନିଧି ଭୋଇ, ଧନୁପାଲି ଭତ୍ରାର ହିମାଂଶୁ ଭୋଇ, ଭତ୍ରାର ଅର୍ଜୁନ ସୀଂ,ସମ୍ବଲପୁର ଟାଉନର ବିଜୟ ଡୁଂଗୁରି ଓ ସମ୍ବଲପୁର କୁମାର ପଡାର ଘନଶ୍ୟାମ ଜାଲ।

error: Content is protected !!