ବରପାଲି – ବରପାଲି ଲିଟିଲ ଏଞେଲ୍ସ ପବ୍ଲିକ୍ ସ୍କୁଲ ପରିସରରେ ଆୟୋଜିତ ସପ୍ତାହ ବ୍ୟାପୀ ବନ ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନଙ୍କ ତତ୍ତ୍ଵାବଧାନରେ ଉତ୍ସବର ପ୍ରଥମ ଦିବସରେ ସ୍ଵତନ୍ତ୍ର ପ୍ରାତଃ ଅଧିବେଶନ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ । ସାମ ଦଳ ପକ୍ଷରୁ ଆୟୋଜିତ ଅଧିବେଶନରେ ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ ସହ ବନ ମହୋତ୍ସବ ପାଳନର ମହତ୍ତ୍ୱ ଓ ସଚେତନତା ସଂପର୍କରେ ଆଲୋଚନା ସହ ବିଭିନ୍ନ କବିତା ମାନ ଆବୃତ୍ତି କରିଥିଲେ । ଦ୍ୱିତୀୟ ଦିବସରେ କଳା ବିଭାଗ ପକ୍ଷରୁ କନିଷ୍ଠ ବିଭାଗର ସବୁଜ ପରିବେଶ ବିଷୟକୁ ନେଇ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ତୃତୀୟ ଦିବସରେ ଇକୋ କ୍ଳବ୍ ଦ୍ଵାରା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା । ମହୋତ୍ସବର ଚତୁର୍ଥ ଦିବସରେ ଉପକନିଷ୍ଠ ବିଭାଗ ଛାତ୍ରଛାତ୍ରୀ ମାନେ ବନୀକରଣ ବିଷୟକୁ ନେଇ ଚିତ୍ରାଙ୍କନ ଓ ଅଭିନୟ ପ୍ରଦର୍ଶନ ସହ ବୀଜ ଓ ଚାରାକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ। ସେହିପରି ଉକ୍ତ ଦିବସରେ ଏଞ୍ଜେଲସ ଗାର୍ଡେନ ପରିସରରେ ସବୁଜ ଦିବସ ପାଳିତ ହୋଇଥିଲା l ଏଥିରେ ନୃତ୍ୟ, ଅଭିନୟ ଓ ଗୋ-ଗ୍ରୀନ୍ ଫେସନ୍ ସୋ ଅନୁଷ୍ଠିତ ହୋଇଥିଲା lସେହିପରି ପଞ୍ଚମ ଦିବସରେ କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନେ ଗ୍ରୀନ ଡେ ପାଳନ କରିବା ସହ ଗ୍ରୀନ ପ୍ୟାରେଡ କରିଥିଲେ ଓ ଏଞ୍ଜେଲସ ଗାର୍ଡେନରେ ଛାତ୍ରଛାତ୍ରୀ ମାନେ ଚିତ୍ରରେ ରଙ୍ଗ ଭରିଥିଲେ । ଷଷ୍ଠ ଦିବସରେ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇକୋ କ୍ଳବ ପକ୍ଷରୁ ଜନ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା ମାଧ୍ଯମରେ ସଚେତନତା ସୃଷ୍ଟି କରିଥିଲେ। ବିଦ୍ଯାଳୟ ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ ଶୋଭାଯାତ୍ରାକୁ ଉଦଘାଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବେନର ଓ ପ୍ଲେକାଡ ସ୍ଲୋଗାନ ସହିତ ପରିକ୍ରମା ସମୟରେ ସାଧାରଣଙ୍କୁ ବିଜ ବିତରଣ କରିଥିଲେ।
ବନ ମହୋତ୍ସବର ଅନ୍ତିମ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିମିତ୍ର ସୁଧୀର ଗଡତିଆ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପନୀ ପର୍ବର ଘୋଷଣା କରିଥିଲେ l ଏହି ଅବସରରେ ଚିକିନିପାଲି ଗ୍ରାମରେ ଭିନ୍ନଭିନ୍ନ ଯାତିୟ ୮୦ଟି ଚାରା ରୋପଣ କରାଯାଇଥିଲା l ସିଟିଓ ଆକାଶ ବିଶ୍ୱାଳ ଓ ମିଲ୍କୀ ବାରିକଙ୍କ ନେତୃତ୍ୱରେ ଏନ ସି ସି ଶିକ୍ଷାର୍ଥି ମାନେ ମଧ୍ୟ ବୃକ୍ଷରୋପଣ ପର୍ବରେ ସାମିଲ ହୋଇଥିଲେ l ବିଦ୍ଯାଳୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଓ ଜନ ସାଧାରଣଙ୍କୁ ସବୁଜ ଓ ସୁନ୍ଦର ପୃଥିବୀ ନିର୍ମାଣ କରିବାକୁ ବିଦ୍ୟାଳୟ ପକ୍ଷରୁ ଆହ୍ୱାନ ଦିଆ ଯାଇଥିଲା । ପରିଶେଷରେ ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।