Saturday, March 7, 2026
Homeଅଘଟଣଲାଷ୍ମୀପୂଜାରେ ଖୁଡଖୁଡି ଜୁଆ ଖେଳି ୪ ଜଣ ଗିରଫ ।

ଲାଷ୍ମୀପୂଜାରେ ଖୁଡଖୁଡି ଜୁଆ ଖେଳି ୪ ଜଣ ଗିରଫ ।

ତୁରେକେଲା – ତୁରେକେଲା ବ୍ଲକ କଂଦେଇ ପଂଚାୟତ ଟିକ୍ରାପଡା ଗାଁରେ ଚାଲୁଥିବା ସାର୍ବଜନୀନ ଲକ୍ଷ୍ମୀପୂଜା ଉତ୍ସବରେ ଖୁଡଖୁଡି ଖେଳ ଖେଳି ଚାରିଜଣ ଗିରଫ ହୋଇଛନ୍ତି l ସୂଚନା ଅନୁସାରେ ତୁରେକେଲା ପୋଲିସଗତକାଲି ରାତିରେ ଟିକ୍ରାପଡା ଗ୍ରାମରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଉଛନ୍ତି ମନିରାମ ଗେଣ୍ଟା, ଉପେନ୍ଦ୍ର ଧାରୁଆ ଉଭୟ ବାନଜୀପାଲିର, ବଡବାଙ୍କି ଗାଁର ଲକ୍ଷ୍ମଣ ନିୟାଲ, କଣ୍ଡେଇ ଗାଁର ଉଦବା ଗହିର ସମସ୍ତେ ବଲାଙ୍ଗୀର ଜିଲ୍ଲାର ତୁରେକେଲା ପୋଲିସ ଷ୍ଟେସନର ଅଟନ୍ତି।

ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଗୁଡୁଗୁଡୁ ପଟି, ୬ ଟି ନୋସ୍ ଡାଏସ୍, ଗୋଟିଏ ଡାଲା, ଗୋଟିଏ ପ୍ଲାଷ୍ଟିକ୍ ପଟି ଏବଂ ଟ ୧୦,୦୦୦ ଟଙ୍କା ଜବତ କରିଛି। କଣ୍ଟାବାଞ୍ଜି କୋର୍ଟରେ ହାଜର କରାଯାଇ ଥିବା ତୁରେକେଲା ଥାନାଧିକାରୀ ରାମାକାନ୍ତ ସାହୁ ସୂଚନା ଦେଇଛନ୍ତି l

error: Content is protected !!