ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡୀ ମନ୍ଦିର ପରିସରରେ ଆଞ୍ଚଳିକ ସାହିତ୍ୟ ପରିଷଦ ଓ ରାମଚଣ୍ଡୀ ମନ୍ଦିର କମିଟି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗ ଦିବସ ରେ ମୁଖ୍ୟଅତିଥି ଭାବେ ସ୍ବାମୀ ନାରଦାନନ୍ଦ ସରସ୍ୱତୀ ଯୋଗ ଦେଇ ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ପ୍ରଦାନ କରିଥିଲେ ଓ ଯୋଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉପସ୍ଥିତ ବ୍ଯକ୍ତିଙ୍କୁ ବୁଝାଇ କହିଥିଲେ ଯେ ଯୋଗ କେବଳ ଶାରୀରିକ ଆରୋଗ୍ୟ ଏବଂ ଫିଟନେସ ନୁହେଁ,ଏହା ସୁସ୍ଥତା ପାଇଁ ଏକ ସାମଗ୍ରୀକ ଆଭିମୁଖ୍ୟକୁ ଅନ୍ତର୍ଭୁକ୍ତ କରେ।ଯେଉଁଥିରେ ଭାବପ୍ରବଣ,ମାନସିକ ଏବଂ ଆଧ୍ଯାତ୍ମିକ ଦିଗ ଅନ୍ତର୍ଭୁକ୍ତ। ଯୋଗଭ୍ୟାସ ଶ୍ବାସକ୍ରିୟା ନିୟନ୍ତ୍ରଣ ସହ ଏକାଗ୍ରତା ଆଣିବାରେ ସହାୟକ ହୋଇଥାଏ ।ଯୋଗ ଆମର ଜୀବନଶୈଳୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ।ଏହି କାର୍ଯ୍ୟକ୍ରମରେ ଅତାବିରାର ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।