Saturday, May 31, 2025
spot_imgspot_imgspot_img
Homeରାଜ୍ୟଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପ୍ରତିଯୋଗିତା ।

ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପ୍ରତିଯୋଗିତା ।

ଅତାବିରା(ସୁରେନ୍ଦ୍ର କଠାର)– ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅତାବିରା ବ୍ଲକର ମୋଟ ୧୭ ଗୋଟି ମହିଳା ସ୍ବଂୟ ସହାୟକ ଗୋଷ୍ଠି ଯୋଗଦାନ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଗଣେଶ ମହିଳା ସ୍ବଂୟସହାୟକ ଗୋଷ୍ଠି ଲସ୍ତଲା, ଦ୍ବିତୀୟ ସ୍ଥାନ ଲକ୍ଷ୍ମି ମହିଳା ସ୍ବଂୟ ସହାୟକ ଗୋଷ୍ଠି ସିଲାଟକୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମକରି ଅତାବିରା ବ୍ଲକରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ପ୍ରଥମ ଓ ଦ୍ବିତୀୟ ସ୍ଥାନ ହୋଇଥିବା ମହିଳା ସ୍ବଂୟ ସହାୟକ ଗୋଷ୍ଠି ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ,ବିଡିଓ ରିପୁନାଥ ସୁନା,ଜିପିଡିଓ ମହମ୍ମଦ ଆକବର,ବିଏସଏସଓ ରଶ୍ମିତା ଖେତି,ଗୃହବିଜ୍ଞାନ ଅଧ୍ଧାପିକା ଅପର୍ଣା ସାହୁ,ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ,ହିର୍ଲିପାଲି ଗ୍ରାମପଂଚାୟତର ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ଧ ପାରମ୍ପରିକ ଖାଦ୍ୟର ଚାହିଦା ରହିଛି । ବର୍ତ୍ତମାନ ଫାଷ୍ଟଫୁଡ ଅପେକ୍ଷା ପାରମ୍ପରିକ ଖାଦ୍ୟ ଢେର ଗୁଣରୁ ଭଳ । ଏହି ଖାଦ୍ୟ ଆମ ଓଡିଆ ସଂସ୍କୃତିର ଏକ ଭିନ୍ନ ଅଂଗ କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

error: Content is protected !!