ଅତାବିରା(ସୁରେନ୍ଦ୍ର କଠାର)– ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ ହୋଇଯାଇଛି। ଫକୀରମୋହନ ବିଶ୍ବବିଦ୍ୟାଳୟ ଘଟଣାକୁ କେନ୍ଦ୍ରକରି ଉଚ୍ଚଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶନାମା କ୍ରମେ କଲେଜ ଭିତରେ ହେଉଥିବା ଛାତ୍ରୀ ନିର୍ଯ୍ୟାତନାର ଦୃଢ ମୁକାବିଲା ସକାଶେ ଏହି କମିଟିର ତତ୍ପରତା ପ୍ରକାଶ ପାଇବ ଓ ଛାତ୍ରୀମାନଙ୍କ ଠାରୁ ଅଭିଯୋଗ ପାଇଲା ପରେ ତୁରନ୍ତ ତଦନ୍ତ କରି ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ। ଏଥି ନିମନ୍ତେ ସରକାରୀ ବିଜ୍ଞପ୍ତି ନାମା ଜାରି କରାଯାଇଛି।

କଲେଜର ଅଧ୍ୟାପିକା ଡ.ଶାନ୍ତିଲତା ବାରିକ, ସୁଭଦ୍ରା କୁମାରୀ ସାହୁ, ସଂଘମିତ୍ରା ମହାକୁର, ପ୍ରମୋଦ ଚନ୍ଦ୍ର ସେଠ, ମନିଷା ବେହେରା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲରମ୍ଭା ହାଇସ୍କୁଲ ଅଶ୍ଵିନୀ କୁମାର ପ୍ରଧାନ , ଆଇନଜୀବୀ ସାରଦାନନ୍ଦ ମିଶ୍ର , ଛାତ୍ରୀ ପ୍ରତିନିଧି ରୀତା ମେହେର, ଶେଫାଳି ନାଏକ, ଦେବକୀ ନାଏକ କମିଟିର ସଭ୍ୟସଭ୍ୟା ରୂପେ ମନୋନୀତ ହୋଇଛନ୍ତି । ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଡ.ରଂଜିତ ପ୍ରଧାନ ସମେତ ବହୁ କର୍ମଚାରୀ ନିଜର ଅଭିମତ ପ୍ରକାଶ କରିଥିଲେ । ଶେଷରେ ଅଧ୍ୟାପକ ଡ.ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।



