Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଲରମ୍ଭା କଲେଜରେ ଶରତ ପୂଜାରୀଙ୍କ ଜନ୍ମଜୟନ୍ତୀ ପାଳିତ ।

ଲରମ୍ଭା କଲେଜରେ ଶରତ ପୂଜାରୀଙ୍କ ଜନ୍ମଜୟନ୍ତୀ ପାଳିତ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ସ୍ଥିତ ଲରମ୍ଭା କଲେଜରେ ସ୍ବର୍ଗତ ଶରତ ଚନ୍ଦ୍ର ପୂଜାରୀଙ୍କ ଜନ୍ମ ଜୟନ୍ତୀ ଶରତ ଚନ୍ଦ୍ର ପୂଜାରୀ ସାଂସ୍କୃତିକ କଳା ପରିଷଦ ତରଫରୁ ପାଳିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଲରମ୍ଭା ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଅଶ୍ବିନୀକୁମାର ପ୍ରଧାନ, ସମ୍ମାନିତ ଅତିଥି ପ୍ରାଧ୍ୟାପକ ଅଶୋକ ମହାନ୍ତି, ଅଧ୍ୟାପକ ପ୍ରଦୀପକୁମାର ପଣ୍ଡା, ପବିତ୍ର ମାହାଣା, ମୁଖ୍ୟ କିରାଣୀ ପ୍ରମୋଦ ଚନ୍ଦ୍ର ସେଠ ମଂଚାସୀନ ରହି ଶରତ ପୂଜାରୀଙ୍କ ବିଗତ ଜୀବନ ଉପରେ ଆଲୋକ ପାତ କରିଥିଲେ।

ତତ୍ ସହ ଜଣେ ଆଗଧାଡିର ସିନେ ନାୟକ, ନିର୍ଦେଶକ, ବିଶିଷ୍ଟ ଶିକ୍ଷାବିତ, ପ୍ରଶାସକ ,ଲେଖକ ଓ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରି ଓଡିଆ ପ୍ରାଣରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରଛନ୍ତି ବୋଲି ବକ୍ତା ମାନେ କହିଥିଲେ । ଏଥିରେ ସମସ୍ତ କର୍ମଚାରୀ ସମେତ ଛାତ୍ରଛାତ୍ରୀ ଯୋଗ ଥିଲେ।

error: Content is protected !!