ଅତାବିରା-ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ବାଵା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ପ୍ରବନ୍ଧଲିଖନ, ବକ୍ତୃତା ,କୁଇଜ ଆଦି ପ୍ରତିଯୋଗିତାରେ ୨୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ସମୟରେ ପ୍ରଶଂସାପତ୍ର ପ୍ରଦାନ କରାଯିବାର ସ୍ଥିର କରାଯାଇଅଛି ।

କଲେଜର ଅଧ୍ୟାପକ ଶ୍ରୀ ଅଶୋକ ମହାନ୍ତି ଶ୍ରୀ ରବିନ୍ଦ୍ର କୁମାର ନାଏକ ,ଡଃ ଗୁରୁଦେବ କୁଶଲ, ଶ୍ରୀ ସୁନୀଳ ପ୍ରଧାନ, ଶ୍ରୀ ମୁକେଶ ଧାନୁକା, ଡଃ ଅନ୍ତର୍ଯ୍ୟାମୀ ବେହେରା, ଡଃ ସୁବଳ ରଂଜନ ସାହୁ , ଦିବ୍ୟାଭାରତୀ ନାଏକ, ଶ୍ରୀ ସାଗର ମେଣ୍ଡଲି , ଶ୍ରୀ ଅବିନାଶ ସାହୁ ,ଶ୍ରୀ ହେମନ୍ତ ପ୍ରଧାନ , ସମେତ ଅଭିଷେକ ସାହୁ , ଅଂଶୁ ଶର୍ମା , ଭବାନୀ ରୋହିଦାସ , ନୀଲମ ସାହୁ, ଜ୍ୟୋତି ନାଗ , ମଧୁମିତା ରଣା ପ୍ରମୁଖ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
