Wednesday, November 27, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଲରମ୍ଭାରେ ବ୍ରଜମୋହନଙ୍କ ଜନ୍ମଜୟନ୍ତୀ ପାଳିତ ।

ଲରମ୍ଭାରେ ବ୍ରଜମୋହନଙ୍କ ଜନ୍ମଜୟନ୍ତୀ ପାଳିତ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ସ୍ଥିତ ଲରମ୍ଭା ଗ୍ରାମର ପ୍ରମୁଖ ଶିକ୍ଷାକେନ୍ଦ୍ର ଗୁଡିକରେ ପଲ୍ଲୀ ଶିକ୍ଷାପ୍ରେମୀ ସ୍ବର୍ଗତ ବ୍ରଜମୋହନ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ପ୍ରଥମେ ତାଙ୍କର ଜନ୍ମସ୍ଥାନକୁ ଯାଇ ଏନ୍ତୁଡିଶାଳରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

୧୮୯୦ ମସିହା ଜୁନ ୫ ତାରିଖରେ ବୃନ୍ଦାବନ ପଣ୍ଡା ଓ ଚନ୍ଦ୍ରମା ଦେବୀଙ୍କ ଔରସରୁ ଲରମ୍ଭା ଗ୍ରାମରେ ଜନ୍ମହୋଇ ଅଂଚଳରେ ଶିକ୍ଷାର ବିକାଶ ସହ ଜଣେ ପରିବେଶବିତ, କୃଷିବିତ, ସମାଜସେବୀ,କବି ଭାବରେ ତାଙ୍କର ଗୁଣଗାରିମାକୁ ଆଲୋଚନା କରାଯାଇଥିଲା ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ, ଶିକ୍ଷକ ବିନୟ କୁମାର ନାୟକ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ରବିନାରାୟଣ ପଣ୍ଡା, ଶିକ୍ଷୟିତ୍ରୀ ପଦ୍ମିନୀ ନାୟକ, ଶ୍ରୀ ସନ୍ତୋଷ କୁମାର ପଣ୍ତା , ଗୁରୁଦେବ କୁଶଲ ,ଡଃ ଅଜିତ କୁମାର ନାଥ, ଶ୍ରୀ ପବିତ୍ର କୁମାର ମାହାଣା, ମେଦିନୀକାନ୍ତ ସାହୁ , ଗୋପାଳ ଚନ୍ଦ୍ର ନାୟକ, ସୁଶୀଳ ମହାକୁର, ଲିଂଗରାଜ ପୋଢ, ବିଦେଶୀ ଛନ୍ଦ, ଗିରିଧାରୀ ପୁଟେଲ ସମେତ ଗ୍ରାମର ବହୁ ଶିକ୍ଷାପ୍ରେମୀ ଉପସ୍ଥିତ ଥିଲେ।

error: Content is protected !!