କୁଚିଣ୍ଡା- ଶିଳ୍ପକୁ ପାଣି ଯୋଗାଇବା ପାଇଁ ୨୦୧୫ ମସିହାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଡିମିରିମୁଣ୍ଡା , ସିରିଡ , ଭୋଜପୁର ମଧ୍ୟରେ ଲମ୍ବୋଦର ଏକ ଜଳ ପ୍ରକଳ୍ପ ହେବାପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର । ହେଲେ ୨୦୧୫ ମସିହା ଅକ୍ଟୋବର ୫ ତାରିଖ ଜନଶୁଣାଣି ରହିଥିବା ବେଳେ, ବିସ୍ଥାପନ ଭୟରେ ଅଂଚଳର ହଜାର ହଜାର ଜନସାଧାରଣ ପ୍ରକଳ୍ପ କୁ ବିରୋଧ କରିଥିଲେ , ଏବଂ ଜନଶୁଣାଣୀ ହୋଇପାରିନଥିଲା ଓ ସେହି ଦିନଠାରୁ ପ୍ରକଳ୍ପ ଅଟକି ରହିଛି ।
ହେଲେ ଆଜିବି ବିରୋଧ କରିଥିବା ଲୋକେ ଲମ୍ବୋଦର ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି ଗଠନ କରି ପ୍ରତ୍ୟେକ ବର୍ଷ ଅକ୍ଟୋବର ୫ ତାରିଖକୁ ସ୍ମରଣୀୟ ଦିବସ ଭାବରେ ପାଳନ କରୁଛନ୍ତି । ଆଜି ଡିମିରିମୁଣ୍ଡା ପଂଚାୟତ ଶଗଡେଶ୍ୱର ଶିବ ମନ୍ଦିର ସମ୍ମୁଖରେ ପ୍ରକଳ୍ପ ବିରୋଧୀ ସଭା ଆୟୋଜନ କରାଯାଇ ପ୍ରକଳ୍ପକୁ ବିରୋଧ କରିଛନ୍ତି । ଏହାସହ ପ୍ରକଳ୍ପକୁ ସରକାର ସଂପୁର୍ଣ୍ଣ ବନ୍ଦ ପାଇଁ ଦାବି କରିଛନ୍ତି । ପ୍ରକଳ୍ପ ହେଲେ ଅଂଚଳର ହଜାର ହଜାର ଜନ ସାଧାରଣ ଭିଟାମାଟି ଛାଡିବାକୁ ବାଧ୍ୟହେବା ସହ ବିସ୍ଥାପନ ହେବାର ଭୟ ରହିଛି ।
ଏହି ଅବସରରେ ଲମ୍ବୋଦର ପ୍ରକଳ୍ପ ବିରୋଧୀ ସଂଘର୍ଷ ସମିତି ସ୍ମରଣୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଉପଦେଷ୍ଟା ବିଜୟ କୁମାର ମହାନ୍ତି ଯୋଗଦେଇଥିବା ବେଳେ ଉପଦେଷ୍ଟା ନୃପଲାଲ ପଲେଇ ଅଧ୍ୟକ୍ଷ ରତିକାନ୍ତ କିଶାନ , ସଂପାଦକ ଋଦ୍ରନାରାୟଣ ବେହେରା , ସରପଂଚ ପ୍ରହଲ୍ଲାଦ ଧୁରୁଆ , ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ସାହୁ , ଗିରିଧାରୀ କିଶାନ , ହିମାଂଶୁ ପଲେଇ , ରାଜୁ ମହାକୁଲ , ଶୁଶାନ୍ତ ମହାକୁଲ , ସଂଜିତ ପଣ୍ଡା , ଟିକନ ମହାନ୍ତି ପ୍ରମୁଖଙ୍କ ସହିତ ଶତାଧିକ ଜନସାଧାରଣ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଦିଲ୍ଲୀପ ରଥ ସଂଯୋଜନା କରିଥିଲେ ।