ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଲଖମରା ସରକାରୀ ନୋଡାଲ ଜଗନ୍ନାଥ ହାଇସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେମୁଖ୍ୟ ବକ୍ତା ସମ୍ମାନିତ ଅତିଥି ପ୍ରମୁଖ ଯୋଗଦେଇଥିଲେ l ସଭାପ୍ରାରମ୍ଭରେ ମଂଚାସୀନ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ ସହ ବିଦ୍ୟାଦାତ୍ରୀ ସରସ୍ବତୀ ଦେବୀ ଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଅତିଥିଙ୍କ ସ୍ୱାଗତ ଏବଂ ପରିଚୟ ପ୍ରଦାନ ସହ ସଭା କାର୍ଯ୍ୟ ସଂଯୋଜନା କରିଥିଲେ ସହକାରୀ ଶିକ୍ଷକ ବ୍ରଜ କିଶୋର ଚନ୍ଦ୍ର ଭିଲ l ସୁରଭି କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଏହାର ଲକ୍ଷ ଓ ବିଦ୍ୟାର୍ଥଙ୍କ ଉପାଦେୟତା ଉପରେ ସିଆରସିସି ବୈଷ୍ଣବ ପଣ୍ଡା ବିବରଣୀ ପ୍ରଦାନ କରିଥିଲେ l
ମଂଚାସୀନ ଅତିଥି ଗଣମଧ୍ୟରେ ମୁଖ୍ୟବକ୍ତା ଭାବେ ପୂର୍ବତନ ସିଆରସିସି ଡୋଳାମଣୀ ମାହାର, ମୁଖ୍ୟ ବକ୍ତା ଭାବେ ପାଇକମାଳ ଏ ବି ଇ ଓ ଧଳେନ୍ଦ୍ର ବାରିକ, ସମ୍ମାନିତ ଅତିଥି ଭାବେ ଚରଦାପାଲି ସେବl ଶ୍ରମ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଶ୍ରୀ ଯୁକ୍ତ ବିଶ୍ୱାଳ,ଶିକ୍ଷl ବିତ ମଧୁସୂଦନଦାସ, ଏସ ଏମ ଡି ସି ସଭାପତିବିକ୍ରମ ନା ଏ କ, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ରମାକାନ୍ତ ମିଶ୍ର,ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ଓ ପ୍ରତିଭାର ପରିସ୍ପୁଟନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ଏହାପରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ମନୋରମ କାର୍ଯ୍ୟକ୍ରମ ନୃତ୍ୟ, ଗୀତ, ଏକାଙ୍କିକା ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ l
ଅପରାହ୍ନରେ ଉଦଯାପନୀ ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ସଭାପତି ରୂପେ ରାଜବୋରାସମ୍ବର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଲୋକନାଥ ଭୋଇ, ଜଗନ୍ନାଥ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନାସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ l ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ପ୍ରତିଯୋଗିତା ରେ ଭl ଗନେଇଥିବା କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଗଣ ମାନପତ୍ର ସହ ପୁରସ୍କୃତ କରିଥିଲେ l ପରିଶେଷରେ ସିଆରସିସି ବୈଷ୍ଣବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l