ଖୋଲା ଆକାଶ ତଲେ ଜରିପାଲ ଟାଣି ବ୍ୟବସାୟ କରୁଛନ୍ତି ଲୋକେ ।
ପଦ୍ମପୁର-ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କ୍ୟାବିନ , ଖୋଲା ଆକାଶ ତଲେ ଜରି ପାଲ ଟାଣି ପରିବା ବିକୁଛନ୍ତି ବ୍ୟବସାୟୀ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ଏସଏଚଜି ମହିଲା ମାନଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାର କ୍ଷମ କରିବା ପାଇଁ ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ଏଭଲି ଟିଣ ଚଦରରେ କ୍ୟାବିନ ତିଆରି କରାଯାଇଥିଲା । ପଦ୍ମପୁର ପରିବା ବଜାର ଠାରେ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ମୁକ୍ତା ଯୋଜନା ମାଧ୍ୟମରେ ପରିବା ବିକାଲି ମାନଙ୍କ ପାଇଁ କ୍ୟାବିନ ତିଆରି କରାଯାଇଥିଲା ।
![](https://jagrataprahari.com/wp-content/uploads/2025/02/GPSLite11022025_091437-1024x576.jpg)
ହେଲେ ଏସଏଚଜି ମହିଲା ମାନଙ୍କ ଜାଗାରେ କିଛି ଠିକାଦାର କାମ କରିଥିବା ଚର୍ଚ୍ଚା ହୋଇଥିଲା । ନିର୍ମାଣ ସମୟରୁ ନିମ୍ନ ମାନ ର କାମ ହୋଇଥିବା ଲୋକମାନେ ମଧ୍ୟ ଅଭିଯୋଗ କରିଥିଲେ । ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଏହି କ୍ୟାବିନ ଗୁଡିକ ତିଆରି ହୋଇଥିବା କାରଣରୁ ଏବେ ତାହା ଅକାମି ହୋଇ ପଡି ରହିଛି । କେତେକ ସ୍ଥାନର କିଛି ଲୋକ ଗାଡି ଷ୍ଟାଣ୍ଡ କରି ରଖିଥିବା ବେଲେ କେତେ ଗୋଟି ବ୍ୟାବିନର କବାଟ ଭାଙ୍ଗି ଗଲାଣି ।
![](https://jagrataprahari.com/wp-content/uploads/2025/02/GPSLite11022025_090806-1024x576.jpg)
ପଦ୍ମପୁର ପରିବା ବଜାରକୁ ଆସୁଥିବା ବ୍ୟବସାୟୀ ମାନେ ଖରା ବର୍ଷା ଶିତରେ ଖୋଲା ଆକାଶ ତଲେ ଜରି ପାଲ ଟାଣି ବ୍ୟବସାୟ କରୁଛନ୍ତି । ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପ୍ରତ୍ୟେକ ଦିନ ବ୍ୟବସାୟୀ ତଥା ଚାଷୀ ମାନଙ୍କ ଠାରୁ ଟିକସ ନିଆଯାଉଛି ହେଲେ ସେମାନଙ୍କ କୌଣସି ପ୍ରକାରର ବ୍ୟବସ୍ଥା କରାଯାଉନାହିଁ , ଯାହାକୁ ନେଇ ତିବ୍ର ଅସନ୍ତୋସ ପ୍ରକାଶ ପାଉଛି ।
![](https://jagrataprahari.com/wp-content/uploads/2025/02/GPSLite11022025_090837-1024x576.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)