
ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଗାଉସିଲେଟ ବ୍ଲକ୍ ତାଲପାଲି ସି.ଏଚ୍.ସି ଅନ୍ତର୍ଗତ ର୍କେମେଲି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଠାରେ ପରିଚାଳନା କମିଟିର ଏକ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଦସ୍ୟ ତଥା ପରିଚାଳନା କମିଟୀର ଅଧକ୍ଷ ନୀଳମଣୀ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଆୟୁଷ ଡାକ୍ତର ରବିନ୍ଦ୍ର କୁମାର ମାହାର ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଉକ୍ତ ବୈଠକରେ ତାଲପାଲି ସି.ଏଚ୍.ସିର ଅଧ୍ୟକ୍ଷ ଡାକ୍ତର ସୁମିତ ମିଶ୍ର ଅଂଚଳର ଲୋକଙ୍କୁ ସରକାରୀ ଚିକିତ୍ସା କିପରି ସଠିକ୍ ଭାବରେ ଯୋଗାଇ ଦିଆଯାଉଛି ନିଜ ମନ୍ତବ୍ୟରେ ବିସ୍ତୃତ ସୂଚନା ଦେଇଥିଲେ ।

ର୍କେମେଲି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଅୟୁଷ ଡାକ୍ତର ରବିନ୍ଦ୍ର କୁମାର ମାହାର ପରିଚାଳନା କମିଟି ଠାରେ ଉପସ୍ଥାପନା କରିଥିଲେ । ସଭା ଶେଷରେ ଫାର୍ମାଶୀଷ୍ଟ ସୁମନ୍ତ ଚିନ୍ଦ୍ରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଶତିସ ରଞ୍ଜନ ପଧାନ,ଲେଡି ସୁପର ଭାଇଜର ସବିତା ଚେରକିଆ,କୁଣ୍ଡାଖାଇ ସିଏଚଓ ନିରଞ୍ଜନ ସାହୁ, ମଲମୁଣ୍ଡା ସିଏଚଓ ନଳିନୀ ବାଗ,ବରିଷ୍ଠା ନାଗରିକ ଜୟଲାଲ ବାରିକ ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


