Saturday, March 7, 2026
Homeରାଜ୍ୟରେମଣ୍ଡା ପ୍ରାଥମିକ ବାଳିକା ବିଦ୍ୟାଳୟ ଶିକ୍ଷା ବିଭାଗର ଅଣଦେଖା !

ରେମଣ୍ଡା ପ୍ରାଥମିକ ବାଳିକା ବିଦ୍ୟାଳୟ ଶିକ୍ଷା ବିଭାଗର ଅଣଦେଖା !

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପ୍ରାଥମିକ ବାଳିକା ବିଦ୍ୟାଳୟ ଠାରେ ତିନି ଜଣ ଭିନ୍ନକ୍ଷମ ଶିକ୍ଷୟିତ୍ରୀ ଅଛନ୍ତି,ଏଠାରେ ମୋଟ ୮୫ ଛାତ୍ରୀ ବିଦ୍ୟାଳୟ ପାଠ ପଢୁଛନ୍ତି। ଶିକ୍ଷୟିତ୍ରୀ ବାସନ୍ତୀ ଦୁଆନ ୧୨ବର୍ଷ ହେବ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରିଆସୁଛନ୍ତି, ସେଥିମଧ୍ୟରୁ ୭ବର୍ଷ ହେବ ଭାରତପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ଭିନ୍ନକ୍ଷମ ହୋଇଥିବାରୁ ବିଦ୍ୟାଳୟର ଅଫିସ କାମ, ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେଉଛନ୍ତି।

ଶିକ୍ଷୟତ୍ରୀ ବାସନ୍ତୀ ଦୁଆନ ଙ୍କୁ ନିଜ ଘର ଠାରୁ ୨୦ ରୁ ୨୫ କିମି ଯିବା ଆସିବା କରୁଥିବାରୁ ଅନ୍ୟ ସାହାରା ନେବାକୁ ପଡୁଛି।ଶିକ୍ଷୟତ୍ରୀଙ୍କ ନିଜ ଘର ପାଖାପାଖି ବଦଳି କରାଗଲେ, ତାଙ୍କର ସୁବିଧା ହେବ,ପୁରୁଷ ଶିକ୍ଷକ ଦେଲେ ବିଦ୍ୟାଳୟର ତଥା ଶିକ୍ଷାଦାନ ଓ ଅନ୍ୟାନ୍ୟ ଅଫିସ କାର୍ଯ୍ୟ, ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସୁବିଧା ଉପଲବ୍ଧ ହେବ। ଭେଡେନ ବ୍ଲକ ଶିକ୍ଷା ଅଧିକାରୀ, ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି।

error: Content is protected !!