ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଓଁ ଶ୍ରୀ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡି ଚରଣେ ଶରଣଂ ମାଁ ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ଡିସେମ୍ବର ୭ ତାରିଖ ରୁ ଆରମ୍ଭ ହୋଇ ଡିସେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗତ ୭ ତାରିଖ ଦିନ ଅଙ୍କୁରାରୋପଣ, ଯଜ୍ଞଶାଳା ଶୁଦ୍ଧି କରଣ ଓ ମଣ୍ଡଳ କରଣ ଅନୁଷ୍ଠିତ ହୋଇଯାଇଛି। ଆଜି ୮ ତାରିଖ ଦିନ କଳସ ଯାତ୍ରା ସହିତ କଳସଧିବାସ, ମାଁ ରାମଚଣ୍ଡି ଓ ପାର୍ଶ୍ୱ ଦେବତାଙ୍କ ଧ୍ୟାନଭିଷେକ ହୋଇଯାଇଛି।
ଏଥିରେ ମୁଖ୍ୟ ମୁଖ୍ୟ ପଣ୍ଡିତ ଭାବରେ ଶୁକଦେବ ଶତପଥୀ ସମେତ ୧୪ ଜଣ ପଣ୍ଡିତ ସହଯୋଗ କରୁଛନ୍ତି। ଏଥିରେ କର୍ତା ଭାବରେ ରାମଚନ୍ଦ୍ର ଭୋଇ,ସୁଧିର କୁମାର ଭୋଇ, ମନୋଜ ସାହୁ, ରାକେଶ ଭୋଇ, ପ୍ରେମାନନ୍ଦ ବେହେରା, ଆଲୋକ ସାହୁ, ବିକାଶ ସ୍ୱାଇଁ, ବାଳକୃଷ୍ଣ ଭୋଇ, ରବିନାରାୟଣ ସାହୁ, ଅତନୁ ଭୋଇ, ମନୀଷ ରଞ୍ଜନ ସାହୁ ସପତ୍ନିକ ପୂଜାର୍ଚ୍ଚନା ସଂପାଦନ କରୁଛନ୍ତି।
ମାଁ ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟି ରେ ମନୋଜ ଖମାରୀ, ସଦାନନ୍ଦ ସାହୁ, ରାଜିନ ସାହୁ, ମଧୁସୂଦନ ଭୋଇ, ସନ୍ତୋଷ କୁମାର ପ୍ରଧାନ,ଯୋଗେଶ୍ବର ସାହୁ,ଅଶୋକ ସାହୁ, ପ୍ରେମାନନ୍ଦ ଖମାରୀ, ରାଧାକାନ୍ତ ଭୋଇ, ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ ଭୋଇ, କଷ୍ଟ ଭୋଇ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭାବରେ ସହଯୋଗ କରୁଛନ୍ତି।
ଏହି ସମୟରେ ଅତାବିରା ରାମଚଣ୍ଡୀ ମନ୍ଦିର ସଭାପତି ଦିବାକର ପ୍ରଧାନ ଯୋଗ ଦେଇ କମିଟି ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଭେଡେନ ବ୍ଲକ, ଅତାବିରା ବ୍ଲକ, ବରଗଡ ବ୍ଲକ ତଥା ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ । ଏହି ସହିତ ରେମଣ୍ଡା ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରୁଛନ୍ତି।