ଭେଡେନ-ଭେଡେନ ବ୍ଲକ ଅଧିନ ରେମଣ୍ଡା କଲ୍ୟାଣ ମଣ୍ଡପରେ ତାଲୁକ ଆଇନ ସେବା ପ୍ରାଧିକରଣ ଭେଡେନ ତରଫରୁ ରାଷ୍ଟୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶନୀ ପଟେଲ,ସମ୍ମାନୀତ ଅତିଥି ଭାବେ ଏପିପି ଜାଗ୍ୟସେନୀ ମହାନନ୍ଦ,ଅଧିବକ୍ତା କିଶୋର ପାଇକ,ରେମଣ୍ଡା ସରପଂଚ ଉଦ୍ଦବ ବାରିକ,କୋର୍ଟ କର୍ମଚାରୀ ଓ ପି.ଏଲ.ଭି.ଏସ ସଭ୍ୟସଭ୍ୟା ପ୍ରମୁଖ ଉପସ୍ତିତ ଥିଲେ । ସମାଜରେ ଗରୀବ ଶ୍ରେଣୀର ଲୋକେ କିପରି ମାଗଣାରେ ଆଇନ ସେବା ପାଇପାରିବେ ସେ ବିଷୟରେ ଆଲେଚନା ହୋଇଥିଲା ।