ଅତାବିର(ସୁରେନ୍ଦ୍ର କଠାର)-ପ୍ରତି ବର୍ଷ ପରି ଏ ବର୍ଷ ମଧ୍ଧ ବରଗଡ ଜିଲା ଭେଡେନ ବ୍ଲକ ରେମଣ୍ଡାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପ୍ରସିଦ୍ଦ ବଏଲ ଯାତ୍ରା ପାରମ୍ପରିକ ରିତିନୀତି ଅନୁସାରେ ଉତ୍ସାହ ଓ ଉଦ୍ଦିପନା ସହ ଶୁକ୍ରବାର ଅପରାହ୍ନ ୨ଟା ସମୟରେ ସମ୍ପନ୍ନ ହୋଇଯାଇଛି |ସକାଳ ୯ଟାରେ ସମଲେଶ୍ବରୀ ମନ୍ଦିରରୁ ସମଲେଇ ବରୁଆ ଓ ଭୀମ ବରୁଆ ବାହାରି ଗ୍ରାମ ପରିକ୍ରମା କରିଥିଲେ |
ଗ୍ରାମ ପରିକ୍ରମା ସମୟରେ ଶ୍ରଦ୍ଦାଳୁ ଭକ୍ତମାନେ ମାଁ ସମଲେଇକୁ ପୂଜାର୍ଚ୍ଚନା କରି ତାଂକ ସାନ୍ନିଧ୍ଧ ଲାଭ କରିଥିଲେ |ପଂଚବାଦ୍ୟର ଷୋଳ ଭରନି ବାଜାରେ ଦେବୀକୁଂ ଆହ୍ବାନ କରାଯାଇଥିଲା | ସମଲେଇ ମନ୍ଦିର ସମ୍ମୁଖରେ ବଏଲ ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଦାଳୁ ଭକ୍ତକଂ ଭିଡ ଜମିଥିଲା |ଭେଡେନ ପୋଲିସ ପ୍ରଶାସନ ଓ ଗ୍ରାମବାସୀ ଶାନ୍ତିଶୃଂଖଳା ରକ୍ଷା କରିଥିଲେ |
ଦେବୀକଂ ନିକଟରେ ଶହଶହ ସଂଖ୍ୟାରେ ମେଣ୍ଡା ଓ ବୋଦା ବଳି ଦିଆଯାଇଥିଲା | ମାନସିକ କରିଥିବା ଭକ୍ତମାନେ ନିଜର ମନସ୍କମନା ପୂରଣ ପାଇଁ ମାଁ କଂ ନିକଟରେ ଅଧିଆ ପଡିଥିଲେ |ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |