ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ଏନଏସି ଅଧିନ ରେଂଗାଲିପାଲି ଗ୍ରାମରେ ଗ୍ରାମବାସୀ ତରଫରୁ ୨୭ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁରୋଗ ବିଶେଷଂଗିଅ ଡାକ୍ତର ପଲାଉ ପଧାନ ଯୋଗଦେଇଥିବା ବେଳେ ଯୁବଶକ୍ତି ଯୁବକ ସଂଘର ସଭାପତି ପ୍ରଦୀପ ପ୍ରଧାନ,ସଂପାଦକ ଦିଲ୍ଲିପ ପଧାନ ପ୍ରମୁଖ ମଂଚାସୀନ ଥିଲେ |ରାଜ୍ୟରେ ମାଟ୍ରିକ ପରୀଖିଆରେ ପ୍ରଥମ ସ୍ତାନ ଅଧିକାର କରିଥିବା ଛାତ୍ର ଶୁଭକଂର ସାହୁକୁ ଉପଢୌକନ ,ମାନପତ୍ର ,ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା |
ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଗ୍ରାମର ଯୁୂବଶକ୍ତି ଯୁବକ ସଂଘ ତରଫରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜିତ ହୋଇଥିଲା |ରଶିଡିଆଁ,ମ୍ୟୁଜିକ ଚେୟାର,ବେଲୁନ ରେସ,ସାଇକେଲ ସୋଲୋ,ଛିଲୋଲାଇ , ଫେସନ ସୋ,ନୃତ୍ୟ,ଗୀତ ଆଦି ପ୍ରତିଯୋଗିତା ମାନ ହୋଇଥିଲା |କୃତୀ ପ୍ରତିଯୋଗୀ ମାନକୁଂ ଯୁବକ ସଂଘ ତରଫରୁ ପୁରସ୍କୃତ କରାଯାଇଥିଲା |