Saturday, March 7, 2026
Homeରାଜ୍ୟରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରକ୍ତଦାନ ଶିବିର ,୩୮ ୟୁନିଟ ରକ୍ତ ସଂଗୃହୀତ ।

ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରକ୍ତଦାନ ଶିବିର ,୩୮ ୟୁନିଟ ରକ୍ତ ସଂଗୃହୀତ ।

ଅତାବିରା-ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଞ୍ଚାୟତ ଗୁର୍ଖାପାଲି ଅମରଜ୍ୟୋତି କ୍ଲବ ଠାରେ ଗ୍ରାମ୍ୟ ଉନ୍ନୟନ କମିଟି ଓ ରାଷ୍ଟିୟ ସ୍ବଂୟ ସେବକ ସଂଘ (RSS) ତରଫରୁ ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଥୁଆପାଲି ଲାୟନ୍ସ କ୍ଲବର ସଭାପତି ଅମିୟ କୁମାର ମେହେର, ସମ୍ମାନୀତ ଅତିଥି ଭାବେ ଭୀମସାର ବୁର୍ଲାର ସର୍ଜରୀ ଡାକ୍ତର ଅଭିଷେକ ଦୁବେ, ସାମାଜିକ କର୍ମୀ ସୁରେନ୍ଦ୍ର କଠାର,ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଋଷଭ ପଧାନ, ଗ୍ରାମର ବରିଷ୍ଠ ବ୍ଯକ୍ତି କୈଲାଶ ଚନ୍ଦ୍ର ବଘାର ପ୍ରମୁଖ ଯୋଗଦେଇ ପ୍ରଥମେ ଭାରତ ମାତାଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ୫ ଜଣ ମହିଳାଙ୍କ ସମେତ ସର୍ବମୋଟ ୩୮ ଜଣ ରକ୍ତ ଦାନ କରିଥିଲେ। ଭୀମସାର ବୁର୍ଲାର ଟେକନିସିଆନ ମାନେ ଆସି ରକ୍ତ ସଂଗ୍ରହ କରିଥିଲେ।

error: Content is protected !!