Saturday, March 7, 2026
Homeରାଜ୍ୟରାବଣଗୁଡାରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ।

ରାବଣଗୁଡାରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ।

ବରପାଲି-ବରପାଲି ସରସ୍ଵତୀ ସଂଘ ପକ୍ଷରୁ ରାବଣ ଗୁଡାରେ ଏକ ଦିବସିୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୨୦ ଜଣ ବିଭିନ୍ନ ରୋଗିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା। ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. କାଳୀଚରଣ ଦାଶ ଡା. ସୁସ୍ମିତା ପଣ୍ଡା, ଡ଼ା. କଲ୍ୟାଣୀ କାଲ୍ସାଇ ପ୍ରମୁଖ ଯୋଗ ଦେଇ ପିଡିତା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ପ୍ରଦାନ କରିଥିଲ। କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ସୁଧାଂଶୁ ପାତ୍ର, ନୀଳାଞ୍ଚଳ ବାଗ, ଭୌତିକ ଚିକିତ୍ସକ ଡ଼ା. ସସୀମ ପଧାନ ସେବାକାର୍ଯ୍ଯରେ ସହଯୋଗ କରିଥିଲେ ।

ରୋଗୀ ମାନଙ୍କ ପଞ୍ଜୀକରଣ କାର୍ଯ୍ଯରେ ପ୍ରଶାନ୍ତ ସାମଲ ଓ ପ୍ରତାପ ବିଶ୍ୱାଳ ରହିଥିବା ବେଳେ ସୁନିତା କୁମ୍ଭାର ଓ ସେବତୀ ପଧାନ ସହଯୋଗ କରିଥିଲେ। ସରସ୍ଵତୀ ସଂଘ ସଭାପତି ଲୀଳାବତୀ ତ୍ରିପାଠୀ, ସଂପାଦିକା ସୁନିତା ମୁଣ୍ଡ, ଘରଜୁଗୀ ଗଡତିଆ, ବେଦମତୀ ପରିଡାଙ୍କ ସହ ଅନ୍ୟାନ୍ୟ ସଦସ୍ୟା ମାନେ ପିଡିତା ମାନଙ୍କ ହାଲଚାଲ ପଚାରିବା ସହିତ କମ୍ବଳ ବାଣ୍ଟିଥିଲେ । ରାବଣଗୁଡା ଗ୍ରାମବାସୀଙ୍କ ସହାୟତାରେ କାର୍ଯ୍ୟକ୍ରମ ସଫଳତାର ରୂପାୟନ ହୋଇଥିଲା।

error: Content is protected !!