Saturday, March 7, 2026
Homeରାଜ୍ୟରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ ।

ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ ।

ବରଗଡ଼ – ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛାତ୍ରୀଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସହ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ, ଭଟଲି ବିଇଓ ଶ୍ରୀ ସରୋଜ ଭୁଏ, ପାଇକମାଲ ବିଇଓ ଶ୍ରୀ ଚୁଡ଼ାମଣି ବାରିକ, ବରଗଡ଼ ବିଇଓ ଶ୍ରୀ ସୁରେନ୍ଦ୍ର ସାହୁ,ରାଜବୋଡ଼ାସମ୍ବର ବିଇଓ ଶ୍ରୀ ଲୋକନାଥ ଭୋଇ, ବିଜେପୁର ବିଇଓ ଶ୍ରୀ ନାରାୟଣ ଭୁଏ ,

ସୋହେଲା ବିଇଓ ଶ୍ରୀମତୀ ଅମୃତା ସାହୁ,ଝାରବନ୍ଧ ବିଇଓ ଶ୍ରୀ ଶୁଭମ୍ ପତି, ଅମ୍ବାଭନା ବିଇଓ ସୁଶ୍ରୀ ଭାବନା ସାହୁ ଉପସ୍ଥିତ ଥିଲେ ଓ ସୁଚାରୁ ରୂପେ କିପରି ରାଜ୍ୟ ସ୍ତରୀୟ ପ୍ରଦର୍ଶନୀକୁ ସଫଳ କରାଯାଇ ପାରିବ ନିଜ ନିଜର ମତବ୍ୟକ୍ତ କରିଥିଲେ। ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଆୟୋଜକ କମିଟିର ସମସ୍ତ ଅଭିଜ୍ଞ ବିଜ୍ଞାନଶିକ୍ଷକ ଓ ପ୍ରଧାନଶିକ୍ଷକ ମାନେ ମଧ୍ୟ ନିଜ ନିଜର ମତ ପ୍ରତିପୋଷଣ କରିଥିଲେ। ପରିଶେଷରେ ବରପାଲି ବିଇଓ ଶ୍ରୀ ମୁକୁନ୍ଦ ମାହାରା ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!