Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରାଜ୍ୟ “ଛତୁ ମିଶନ” ଯୋଜନା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କ ପାଇଁ ତାଲିମ...

ରାଜ୍ୟ “ଛତୁ ମିଶନ” ଯୋଜନା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କ ପାଇଁ ତାଲିମ ଶିବିର ।

ବରଗଡ – ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ କର୍ଜୟାଳୟ ସ୍ଥିତ ସହିଦ ମାଧୋ ସିଂ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ “ଛତୁ ମିଶନ” ଯୋଜନା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କ ପାଇଁ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସହାୟିକା ମହିଳା ମାନଙ୍କୁ ଉତ୍ସାହିତ କରି ସ୍ୱାବଲମ୍ବୀ ହେବ ପାଇଁ ପ୍ରେରଣା ଦେଇ ଛତୁ ଚାଷ ବ୍ୟତିରେକ ଅଣଧାନ ଫସଲ ହିସାବରେ ତେଲ ତାଳ ଚାଷ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ |

କାରଣ ଧାନ ଭଳି ଉଦ୍ୟାନ ଫସଲ ଭାବେ ତେଲ ତାଳ ଚାଷରେ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ କରାଯାଇଛି । ତାଲିମ ଶିବିରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ନେପାକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ମହିଳା ଛତୁ ଚାଷୀଙ୍କୁ ଉତ୍ସାହିତ କରିଥିବାବେଳେ ଗୋଦରେଜ ଆଗ୍ରୋଭେଟ ଲିମିଟେଡ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁବାଷ ଜେନା, ପଦ୍ମପୁର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ପଧାନ ଏବଂ ବରଗଡ଼ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।

ଛତୁ ଚାଷରେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ନିବାସୀ ଶ୍ରୀଯୁକ୍ତ ଅଜୟ ପୃଷ୍ଟି ମହିଳା ମାନଙ୍କୁ ଛତୁ ଚାଷ ସମ୍ବନ୍ଧରେ ତାଲିମ ଦେଇଥିଲେ । ଭେଡେନ ଉଦ୍ୟାନ କୃଷି ଅଧିକାରୀ ସୁଶ୍ରୀ ସ୍ଵାମିନୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉଦ୍ୟାନକୃଷି କରିଥିଲେ । ଏହି ଅବସରରେ ଅଗ୍ରଣୀ ଛତୁ ଚାଷ ପାଇଁ ବରଗଡ଼ ନିବାସୀ ଶ୍ରୀମତୀ ମୋନାଲିସା ରଥ ଏବଂ ଅଗ୍ରଣୀ ଛତୁ ଉଦ୍ୟୋଗୀ ପାଇଁ ବରପାଲି ନିବାସୀ ଶ୍ରୀ ଅଭିନବ ପଟ୍ଟନାୟକ ଙ୍କୁ ସମ୍ବର୍ଧନା ପତ୍ର ପ୍ରଦାନ କରାଯାଇଥିଲା | ପରିଶେଷରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ବରଗଡ଼ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!