Saturday, March 7, 2026
Homeରାଜ୍ୟରାଜ୍ୟସ୍ତରୀୟ ଭଲିବଲ୍ ଚୟନ ଶିବିର ଉଦଯାପିତ ।

ରାଜ୍ୟସ୍ତରୀୟ ଭଲିବଲ୍ ଚୟନ ଶିବିର ଉଦଯାପିତ ।

ବରପାଲି-ବରପାଲି ଲିଟିଲ୍ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍ପେସିଆଲ୍ ଅଲମ୍ପିକ ଭାରତ ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଭଲିବଲ୍ ଚୟନ ଶିବିର ସମାପନ ହୋଇଯାଇଛି। ଗତ ୨୪ ତାରିଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୪ଜଣ କ୍ରୀଡାବିତଙ୍କୁ ନେଇ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ସ୍ପେସିଆଲ୍ ଅଲମ୍ପିକସ୍ ଭାରତ ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀମତୀ ସୁନିତା ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଶିବିର ଉଦଯାପନି ସଭା ପରିଚାଳିତ ହୋଇଥିଲା। ଦିବ୍ଯାଙ୍ଗ ପ୍ରତିଯୋଗୀ ଓ ପ୍ରତିଯୋଗିନୀ ମାନଙ୍କ ପ୍ରତିଭା ଉପରେ ଚୟନ କରାଯାଇଥିଲା ।

ମୁଖ୍ୟଅତିଥି ରୂପେ ବରପାଲି ବ୍ଲକ ରିସୋର୍ସ ଶିକ୍ଷକ ଶ୍ରୀଯୁକ୍ତ ମୁକୁନ୍ଦ ମେହେର ଓ ସମ୍ମାନୀତ ଅତିଥି ଭାବେ ସରସ୍ବତୀ ମହିଳା ସଂଘର ସକ୍ରିୟ ସଭ୍ଯା ଶ୍ରୀମତୀ ପ୍ରତିଭା ବାରିକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ଯକ୍ଷ ସୁଶୀଳ କୁମାର ରଥ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଉଦଘାଟନୀ ଉତ୍ସବରେ ସଭାକାର୍ଯ୍ୟକୁ ଅନୁପମ ଗଡତିଆ ପରିଚାଳନା କରିଥିବାବେଳେ ସରସ୍ବତୀ ସଂଘର ସଭ୍ୟା ସୁମନା ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ଓ ବେଦମତୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଖେଳର କୋଚ୍ ଭାବରେ ପୁରନ୍ଦର ସିଂହ, ସରୋଜ ପ୍ରଧାନ, ବିଶ୍ବରଂଜନ ଥଇତ୍,ପ୍ରଶାନ୍ତ ସାମଲ ଦାୟିତ୍ଵ ବହନ କରି ଭଲିବଲ ଖେଳାଳୀମାନଙ୍କୁ ଚୟନ କରିଥିଲେ । କୃତିତ୍ଵ ଅର୍ଜନ କରିଥିବା ଏହି କ୍ରୀଡାବିତଗଣ ଆଗାମୀ ସମୟରେ ଜାତୀୟ ସ୍ତରରେ ହେବାକୁ ଥିବା ଭଲିବଲ ପ୍ରତିଯୋଗିତାରେ ଭାଗନେବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀଙ୍କ ଅଭିଭାବକ, ସରସ୍ବତୀ ସଂଘର ଅନ୍ୟାନ୍ୟ ସଭ୍ୟା ଓ କର୍ମକର୍ତ୍ତାଗଣ, ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର କାର୍ଯ୍ୟକର୍ତ୍ତା ଓ ୟୁନିଫାଏଡ଼ ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ ।

error: Content is protected !!