Saturday, March 7, 2026
Homeରାଜ୍ୟରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ କନବାର ହାଇସ୍କୁଲ ସମ୍ମାନିତ ।

ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ କନବାର ହାଇସ୍କୁଲ ସମ୍ମାନିତ ।

ବରପାଲି-ବରପାଲି ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ତ୍ରିଦିବସିୟ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ରାଜ୍ୟର ତିରିଶ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ୨୧୦ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ନିଷ୍ଠା ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ କନବାର ହାଇସ୍କୁଲ ରେଡକ୍ରସ ସଂସ୍ଥାର ଶିକ୍ଷାର୍ଥୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ।

ରେଡକ୍ରସ ପ୍ରକଳ୍ପ ଅଧିକାରିଣୀ ସେବା ବିନିମୟୀ ଯୁକ୍ତା ବାରିକଙ୍କ ତତ୍ବାଧାନରେ ଶିକ୍ଷାର୍ଥି ମାନେ ଶିବିରରେ ଭାଗ ନେଇ ଫାଷ୍ଟଏଡ ସେବା,ପାନିୟ, ଶୃଖଂଳା ସହ ସହଯୋଗି ମନୋଭାବ କାର୍ଯ୍ଯକାରିତାକୁ ନେଇ ଅତିଥି ମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ବାରଟି ବ୍ଲକର ଶିକ୍ଷା ଅଧିକାରୀ ତଥା ବ୍ଲକର ସୁଦକ୍ଷ ବିଜ୍ଞାନ ଶିକ୍ଷକ, ପ୍ରଧାନଶିକ୍ଷକ ମାନେ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସହଯୋଗ କରିଥିଲେ।

error: Content is protected !!