କଣ୍ଟାବାଞ୍ଜି – ମୂଳନୀବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ଓଡିଶା ର ଦଶମ ପ୍ରତିଷ୍ଠା ଦିବସ ଅବସରରେ ନୂତନ କର୍ମକର୍ତା ଚୟନ ହୋଇଥିଲା ଏଥିରେ ଆମ୍ବେଦକରବାଦୀ, ଯୁବକବି ,ଛାତ୍ରନେତା ଚନ୍ଦନ ନାଗ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତା ସହିତ ଉପସଭାପତି ଭାବେ ଭଗତ ଦାସ ,ସମ୍ପାଦକ ଭାବେ ସୁଜିତ କୁମାର ମଲ୍ଲିକ ,କୋଷାଧ୍ୟକ୍ଷ ଭାବେ ଅଶ୍ୱିନୀ ବାଗ , ତା ସହିତ କାର୍ଯ୍ୟକାରୀ କମିଟି ର ସଦସ୍ୟ ଭାବେ ନରୋତ୍ତମ ମହାନନ୍ଦ ,ସଞ୍ଜୟ ସାଗରିଆ, ଅନିଲ ଜେନା ,ଚିନ୍ମୟ ନାୟକ, ଉଷାକାନ୍ତ ମହାଳିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।
ଛାତ୍ର ଓ ଯୁବକ ମାନଙ୍କ ଅଧିକାର କୁ ନେଇ କିଭଳି ଭାବେ ସାରା ରାଜ୍ୟ ରେ ଛାତ୍ର ଓ ଯୁବକ ମାନଙ୍କୁ ଆମ୍ବେଦକର ବାଦ ବିଚାର ରେ ଯୋଡି ଏକ ସମତା କାମୀ ଛାତ୍ର ଏବଂ ଯୁବ ଆନ୍ଦୋଳନ ରାଜ୍ୟରେ କରି ଦଳିତ ଆଦିବାସୀ ନିଷ୍ପେସିତ ଲୋକଙ୍କ ଅଧିକାର ପାଇଁ ଲଢେଇ କରିବି ବୋଲି ସଭାପତି ଚନ୍ଦନ ନାଗ କହିଛନ୍ତି ।