Saturday, March 7, 2026
Homeରାଜ୍ୟରାଜବୋଡାସମ୍ବର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ।

ରାଜବୋଡାସମ୍ବର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ।

ପଦ୍ମପୁର-ରାଜବୋଡାସମ୍ବର ବ୍ଲକ ପରିସରରେରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନାଙ୍କ ତତ୍ୱାବଧାନରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ପଞ୍ଜିକୃତ ୬୨୧ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨୧୧ଜଣ ଚଳନ ବାଧିତ, ୧୧୪ ଜଣ ଶ୍ରବଣ ବାଧିତ, ୫୧ ଜଣ ମାନସିକ ବିକାରଗ୍ରସ୍ତ, ୮୩ ଜଣ ଦୃଷ୍ଟି ବାଧିତ, ୧୪ ଜଣ ମେଡ଼ିସିନ, ୬୨ ଜଣ ବସ ପାସ, ୭୦ ଜଣ ଶ୍ରବଣ ଉପକରଣ ପାଇଁ ଆବେଦନ କରିଥିଲେ l

୧୬ ଜଣଙ୍କୁ ଉପକରଣ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମିତ କୁମାର ମେହେର, ସହାୟକ ସନ୍ତୋଷ କୁମାର ବେହେରା, ରମେଶ ଚନ୍ଦ୍ର ବରିହା, ଅବିନାଶ ବହିଦାରଙ୍କ ସମେତ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

error: Content is protected !!