Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିରାଜବୋଡାସମ୍ବର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ।

ରାଜବୋଡାସମ୍ବର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ।

ପଦ୍ମପୁର-ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଶ୍ରୀଯୁକ୍ତ ନିରାଲମ୍ବ ପ୍ରସାଦ ପଟେଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ,ସମ୍ମାନିତ ଅତିଥି ଭାବେ ଟାଉନ୍‌ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତରଣୀସେନ ସାହୁ ଏବଂ ରାଜବୋଡାସମ୍ବର କ୍ଲଷ୍ଟରର ସି.ଆର.ସି.ସି ଶ୍ରୀଯୁକ୍ତ ସୁରେଶ ଚୌହାନ ଯୋଗଦାନ କରିଥିଲେ।ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଚନ୍ଦ୍ରାବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।

ସମସ୍ତ ଅତିଥି ସୁରଭି ଉତ୍ସବର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିତିରଶ୍ମି ସେଠ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୧୦ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତାରେ କ୍ଲଷ୍ଟରର ମୋଟ ୧୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜବୋଡାସମ୍ବର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜୟକୁମାର ସାହୁ ଯୋଗଦେଇଥିଲେ ।ଅତିଥିଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ପ୍ରଭାସିନୀ ସା,ରବିନା ପଧାନ,ଅଜିତ କୁମାର ପାତ୍ର,ଚନ୍ଦନ ନାୟକ,ଶେଷଦେବ ସାହୁ,ସୁନୀତା ଖମାରୀ,ହରେକୃଷ୍ଣ ମେହେର,ପ୍ରିତିରସ୍ମି ସେଠ୍, ରୁଦ୍ରାଙ୍ଗଦ ବାରିକ,ସ୍ୱର୍ଣକାନ୍ତି ପତି,ଅମୃତା ବାରିକ,ସଂଗ୍ରାମ କେଶରୀ ଦୀପ ,ମମତା ମିଶ୍ର,ପ୍ରହଲ୍ଲାଦ ମହାନନ୍ଦ ,ସୁଶିଲ ମେହେର,ଅମ୍ବିକା ରଥ,ମଧୁସ୍ମିତା ବର୍ଗେ,ରଞ୍ଜୁଲତା ମିଶ୍ର,ଭଗବତୀ ଦେ ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବା ନିମିତ୍ତ ନିଜସ୍ୱ ଦାୟିତ୍ଵକୁ ସୁଚାରୁ ରୂପେ ପାଳନ କରିଥିଲେ। ଶେଷରେ ସୁଶ୍ରୀ ପ୍ରଭାସିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!