Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିରାଜବୋଡ଼ାସମ୍ବର୍ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାଜବୋଡ଼ାସମ୍ବର୍ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର – ପୃଥିବୀ ପୃଷ୍ଠରେ ବଢ଼ୁଥିବା ତାପମାତ୍ରା ଓ ଅସନ୍ତୁଳିତ ପାଣିପାଗର ଏକ ମାତ୍ର ଉପାୟ ହେଉଛି ବ୍ୟାପକ ବୃକ୍ଷରୋପଣ। ଜୁଲାଇ ମାସ ହିଁ ବୃକ୍ଷ ରୋପଣ କରିବାର ଉପଯୁକ୍ତ ସମୟ ଯଦିଓ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ଭାବରେ ପାଳନ କରାଯାଉଛି।

ଏହି କ୍ରମରେ ଆଜି ସ୍ଥାନୀୟ ରାଜବୋଡ଼ା ସମ୍ବର୍ ହାଇସ୍କୁଲ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦ୍ବିବେଦୀ,ବରିଷ୍ଠ ଦଣ୍ଡାଧି କାରୀ ତଥା ଦେୱାନୀ ବିଚାରପତି ଶ୍ରୀ ଦେବାଶିଷ ଦାସ ,ଉପଖଣ୍ଡୀୟ ଦଣ୍ଡା ଧିକାରୀ ତଥା ଦେୱାନୀ ବିଚାରପତି ଶ୍ରୀମତୀ ଧୃବୀ ସୋଲାଙ୍କି , ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇ, ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ରାମ ସିଂ ଭୋଇ ଓ ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋଭାଦିନି ସାହୁଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ସମସ୍ତ ସ୍କୁଲ ଛାତ୍ରଙ୍କ ଉପସ୍ଥିତିରେ ଏହି ମାନ୍ୟଗଣ୍ୟ ଅତିଥି ଗଣ ଗୋଟିଏ ଗୋଟିଏ ଚାରା ରୋପଣ କରି ସମସ୍ତଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ, ଶ୍ରୀ ହରେକୃଷ୍ଣ ମେହେର, ଶ୍ରୀ ରୁଦ୍ରାଙ୍ଗଦ ବାରିକ, ସୁଶ୍ରୀ ପ୍ରଭାସିନୀ ସା ଓ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

error: Content is protected !!