ବରପାଲି-ବରପାଲି ରାଉତ ଆର୍ଟ ଗ୍ୟାଲେରୀରେ ଶ୍ରୀଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଓଡିଶା ର ବିଶିଷ୍ଟ ବାନ୍ଧ ଶିଳ୍ପୀ ସୁରେନ୍ଦ୍ର ମେହେରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ରେ ଓଡିଶା ର ବିଭିନ୍ନ ଜିଲ୍ଲାର ୨୫ ଜଣ ଚିତ୍ରଶିଳ୍ପୀ ଲିନା ମେହେର,ବନ୍ଦନା ପଣ୍ଡା, ଜ୍ୟୋତ୍ସ୍ନାମୟୀ ମିଶ୍ର, ନମିତା ସାହୁ,ସୁନିତା ହୋତା,ନବ୍ୟା ନାୟକ, ପୂର୍ଣଚନ୍ଦ୍ର ମେହେର, ଭଗବତ ପ୍ରସାଦ ମିଶ୍ର, ପ୍ରିତିଶ କୁମାର ସାହୁ, ସମୀର ମହାରଣା, କେଶବ କୁଁଅର, ପ୍ରତ୍ୟୁଷ କୁମାର ପଣ୍ଡା, ଆଲୁସ୍କା ବେହେରା, କିରଣ ପ୍ରଭା ମିଶ୍ର, ତ୍ରିଶା ମେହେର, ସଂସ୍କୃତିକା ପୁରୋହିତ, ମଧୁ ପଣ୍ଡିତ, ଦିପ୍ତିମୟୀ ରଥ, ଅଙ୍କିତା ଜାଲ, ପ୍ରଜ୍ଞ୍ୟାଶ୍ରୀ ବାଗ, ପ୍ରାଚୀ ମହାନ୍ତି, ମାହି ଯାଦବ, ଆର୍ଯ୍ୟନ୍ ଶର୍ମା , ଆୟୁଷ କିସାନ, ଅନୁପ୍ରଭା ବେହେରା ଙ୍କ ଜଗନ୍ନାଥ ପେଣ୍ଟିଙ୍ଗ ପ୍ରଦର୍ଶିତ ହୋଇ ସମାଜକୁ ଭକ୍ତି, ସେବା ଆଉ ଭାଇଚାରା ର ବାର୍ତ୍ତା ଦେଉଛି । ଏହି ପ୍ରଦର୍ଶନୀ କୁ ଆଜି ଅଧ୍ୟାପକ, ଛାତ୍ର, ସମାଜସେବୀ ଓ ଜନସାଧାରଣ ପରିଦର୍ଶନ କରି କଳାକାର ମାନଙ୍କୁ ଉତ୍ସାହିତ କରି ପେଣ୍ଟିଙ୍ଗ ଗୁଡିକ ର ଭୁରି ଭୁରି ପ୍ରସଂଶା କରିଥିଲେ । ଏହି ଶ୍ରୀ ଜଗନ୍ନାଥ ପ୍ରଦର୍ଶନୀ ରଥଯାତ୍ରା ରୁ ଆରମ୍ଭ ହେଲା ଓ ବାହୁଡା଼ ଯାତ୍ରା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଉତ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ଚନ୍ଦ୍ରଶେଖର ରାଉତ ମତ ରଖିଛନ୍ତି ।


