କଣ୍ଟାବାଞ୍ଜି-ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳ ରେ ମିଳ ମାଳିକଙ୍କ ମନମୁଖୀ ଦେଖିବାକୁ ମିଳୁଛି। ମଣ୍ଡିକୁ ଅଖାବସ୍ତା ଯୋଗାଉନଥିବା ବେଳେ ମଣ୍ଡିରେ ଚାଷୀଙ୍କ ମନଇଚ୍ଛା ଧାନ କାଟୁଥିବା ଅଭିଯୋଗ ହେଉଛି। ଏହିଭଲି ଏକ ଅଭିଯୋଗ ଆସୁଛି କଣ୍ଟାବାଞ୍ଜି ଗୁଡିଘାଟ ଯିବା ରାସ୍ତାରେ ଅବସ୍ଥିତ ନିଲୁରାମ ରାଇସ ମିଳ ବିରୋଧରେ। ରାଜ୍ଯ ସରକାର ବିନା କଟନିଛନଟିରେ ଚାଷୀଙ୍କ ଧାନ ଉଠାଇବାକୁ ନିର୍ଦେଶ ଦେଇଥିବା ବେଳେ ନିଲୁରାମ ରାଇସ ମିଳ ରାଜ୍ଯ ସରକାରଙ୍କ ନିୟମ ପାଳନ କରୁନଥିବା ଦେଖାଦେଇଛି। ଗଣମାଧ୍ୟମରେ ଚଟୁଅନକା ମଣ୍ଡି ରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ପ୍ରତୋକ ବସ୍ତା ପିଛା ୫ କେଜି ଧାନ କଟନିଛଟନି ହେଉଥିବା ଚାଷୀଙ୍କ ଅଭିଯୋଗ ପରେ ଖବର ପ୍ରକାଶିତ ହୋଇଥିଲା।
ଏହା କୁ ନେଇ ମଣ୍ଡି କର୍ତ୍ତୃପକ୍ଷ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ବିନା କଟନିଛନଟିରେ ମିଲର୍ସ ମଣ୍ଡିରୁ ଧାନ ଉଠା ନାହାଁନ୍ତି। ଯାହାଫଳରେ ମଣ୍ଡିରେ ଧାନ ପଡି ରହୁଛି। ବାଧ୍ଯ କରି ଦୁଇ ରୁ ତିନି କେଜି ଧାନ ମିଲର୍ସ କାଟୁଛନ୍ତି। ସରକାର ଏଫେକିୟୁ ଧାନ କଟନିଛଟନି ବନ୍ଦ କରିଛନ୍ତି ହେଳେ କୌଣସି ଚାଷୀ ଏଫେକିୟୁ ଧାନ ଆଣୁନାହାନ୍ତି ବୋଲି ମଣ୍ଡି ସମ୍ପାଦକ କହିଛନ୍ତି। ଚଟୁଅନକା ମଣ୍ଡିରୁ ବଂଶ ରାଇସ ମିଳ ଓ ନିଳୁରାମ ରାଇସମିଳ ଧାନ ଉଠାଉଥିବା ଜଣାପଡିଛି। ହେଳେ ନିଳୁରାମ ରାଇସ ମିଳ ତୁରେକେଲା ବ୍ଲକର ପ୍ରତୋକ ମଣ୍ଡି ରେ ମନଇଚ୍ଛା ଚାଷୀଙ୍କ ଧାନ କାଟୁଥିବା ଅଭିଯୋଗ ହେଉଛି।
ଏବଂ ଚାଷୀ ଙ୍କୁ ଠିକ ଭାବେ ଅଖା ବସ୍ତା ଯୋଗାଉନଥିବା ଯୋଗୁଁ ବାଧ୍ଯ ହୋଇ ଚାଷୀ ଜରି ବସ୍ତା ରେ ଧାନ ମଣ୍ଡି ରେ ଦେଉଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ କୃଷି ମନ୍ତ୍ରୀ ଚାଷୀ ଙ୍କ ଧାନ ନ କାଟିବାକୁ ମଣ୍ଡି ଓ ମିଳର କୁ ନିର୍ଦେଶ ଦେଇଥିବା ବେଳେ ଖୋଦ କୃଷି ମନ୍ତ୍ରୀ ଙ୍କ ଜିଲ୍ଲା ରେ ମିଳର ଙ୍କ ଏହି ଭଲି ମନମୁଖୀ କାର୍ଯ୍ଯକଳାପ କୁ ନେଇ ବୁଦ୍ଧିଜୀବୀ ମହଳ ରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷି ମନ୍ତ୍ରୀ ତୁରେକେଲାର ବ୍ଲକ ର ପ୍ରତୋକ ମଣ୍ଡି ରେ ନଜର ଦେବାକୁ ଚାଷୀ ମହଳ ରେ ଦାବୀ ହେଉଛି।