Saturday, April 12, 2025
spot_imgspot_imgspot_img
Homeରାଜନୀତିରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷିତ: ଅକ୍ଷୟ କୁମାର ମହାନ୍ତି ସଭାପତି ଓ ମନୋଜ...

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷିତ: ଅକ୍ଷୟ କୁମାର ମହାନ୍ତି ସଭାପତି ଓ ମନୋଜ କୁମାର ଦାସ ସମ୍ପାଦକ।

ରାଇରଙ୍ଗପୁର – ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରରେ ଥିବା ଓକିଲ ସଂଘ ୨୦୨୪ ବର୍ଷ ର ନିର୍ବାଚନ ହୋଇଥିଲା | ଏହାର ଫଳାଫଳ ଘୋଷିତ ହୋଇସାରିଛି | ଏଥିରେ ସମୁଦାୟ ୨୩୬ ଭୋଟର ମତଦାନ କରିଥିଲେ | ଯେଉଁଥିଲେ ୬ଷ୍ଠ ଥର ପାଇଁ ସଭାପତି ପଦବୀରେ ଅକ୍ଷୟ କୁମାର ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ବଦି ହରିଶ ଚନ୍ଦ୍ର ସାହୁ ଠାରୁ ୧୪୮ ଭୋଟରେ ବିଜୟ ହୋଇଥିଲେ | ଉପସଭାପତି ପଦବୀରେ ମାନଗୋବିନ୍ଦ ମହାନ୍ତ ତାଙ୍କର ନିକଟତମ ପ୍ରତିଦ୍ବଦି ରାମଚନ୍ଦ୍ର ସାହୁ ଠାରୁ ୧୫୨ ଭୋଟରେ ବିଜୟ ହୋଇଥିଲେ | ସଂପାଦକ ପଦବୀରେ ମନୋଜ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ବଦି ବୀର ମହାପାତ୍ର ଠାରୁ ୧୧୨ ଭୋଟରେ ବିଜୟୀ ହୋଇଥିଲେ | ସହ ସଂପାଦକ ପଦବୀରେ ବୈଜୟନ୍ତି ଦଳେଇ ତାଙ୍କର ନିକଟତମ ପ୍ରତିଦ୍ବଦି କିଶୋର ଚନ୍ଦ୍ର ମହାନ୍ତ ଠାରୁ ୮୫ ଭୋଟରେ ବିଜୟ ହୋଇଥିଲେ | ଯୁଗ୍ମ ସଂପାଦକ ଭାବେ ହରେକୃଷ୍ଣ ମହାକୁଡ, କୋଷାଧକ୍ଷ ଭାବେ ଶିଶୁପଦ ମହାନ୍ତ, ସହଗ୍ରନ୍ଥାଗାରିକ ସଂପାଦକ ଗୌରୀ ଶଙ୍କର ଦତ୍ତ ତଥା ୧୨ ଜଣ କାର୍ଯ୍ୟକାରୀ ସଦସ୍ୟଗଣ ମଧ୍ୟରୁ ୧୦ ଜଣ (ଭୋଳାନାଥ ମହାନ୍ତ, ସୋମନାଥ ମିଶ୍ର, ନିବେଦିତା ଗିରି, ଲକ୍ଷ୍ମଣ ମାର୍ଣ୍ଡି, ଜଗନ୍ନାଥ ମହାନ୍ତ, ବିଭୁଧେନ୍ଦ୍ର କୁମାର ଲେଙ୍କା, ଅମିତ କୁମାର ବୈଠା, ଭୂପେନ୍ଦ୍ର ଗିରି, ସୁଶାନ୍ତ କୁମାର ମହାନ୍ତ ଓ ନନ୍ଦରାଣୀ ହେମ୍ବ୍ରମ) ବିଜୟୀ ହୋଇଥିଲା ବେଳେ ୨ ଜଣ ( ବୃଷ୍ଟି ବିଡଜା ମଣ୍ଡଳ ଓ ରବୀନ୍ଦ୍ର କୁମାର ପଟ୍ଟନାୟକ) ପରାଜୟ ଆସନ ଅଳଂକୃତ କରିଥିଲେ | ଏଥିରେ ନିର୍ବାଚନ ଅଫିସର ଭାବେ ରଘୁନାଥ ଦାସ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ନିର୍ବାଚନରେ ସନତ କୁମାର ନନ୍ଦ, ଏସକେ ରେହେମାନ, ଲକ୍ଷ୍ମି ମହାନ୍ତି, ଅର୍ଚନା ଦତ୍ତ, ଶସ୍ମିତା ଦତ୍ତ, ନିୟତି ମହାନ୍ତି, ଦୁଷ୍ମନ୍ତ ବସା, ଜୀବନ ପାତ୍ର ଓ ଦେବାଶିଷ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ |

error: Content is protected !!