ପଦ୍ମପୁର-ସରକାର ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଚାଲିଥିବା ସାଂସ୍କୃତିକ ପରିକ୍ରମା ପରିପ୍ରେକ୍ଷୀରେ ଓଡିଶାର ବରପୁତ୍ର ମାନଙ୍କୁ ନେଇ ନାଟକ ମହୋତ୍ସବରେ, ପଦ୍ମପୁର ଅବର୍ଣ୍ଣିଗୁଁଡା ନାଟ୍ୟ ସଂସଦ ତରଫରୁ ଅଶୋକ କୁମାର ବହିଦାରଙ୍କ ଲିଖିତ ଓ କେଶରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ସାରସ୍ୱତ କୃତି ଉପରେ ଆଧାରିତ ଓଡ଼ିଆ ନାଟକ କାବ୍ୟ ଶିଳ୍ପୀ ଗଙ୍ଗାଧର, ଗତ ୧୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇ ବେଶ୍ ଦର୍ଶକ ସ୍ବୀକୃତି ହାସଲ କରିଛି।

ରମେଶ ଗୁର୍ଲା, ଗଜାନନ ନାଗ ଓ ରାହୁଲ ମେହେର ସଙ୍ଗୀତରେ ନାଟକକୁ ସଜାଡି ଥିବାବେଳେ କେମନ୍ତ ସାହୁ ଓ ପ୍ରିତିଶ୍ ରଥ ଆଲୋକ ସମ୍ପାଦନା ଦାୟିତ୍ବ ତୁଲାଇଥିଲେ। ରଞ୍ଜିତ ସାହୁ ନୃତ୍ୟ ସଂଯୋଜନା କରିଥିବା ବେଳେ ରମେଶ ମେହେର, ସୁବର୍ଣ୍ଣା ସାହୁ, ମନୋରଞ୍ଜନ ପୁରୋହିତ, ଆଶିଷ ବୈକାର,ଟେନେସ୍ ପଣ୍ଡା, ଶୁଭ୍ରାଂଶୁ ସରାଫ,କାନ୍ହା ସରାଫ, ସୁଶାନ୍ତ ମହାପାତ୍ର, ପ୍ରେମାନନ୍ଦ ତୁରିଆ ,ପରମେଶ୍ୱର ବିଶି,ମାଧବ ବରିହା, ଦେବକୀ ମେହେର,

ବିଶ୍ରାମ ମେହେର, ବିକାଶ ଡନସନା,ଆଦିତ୍ୟ ବନଛୋର୍ ,ଦିପକ ଦାଶ ବିଭିନ୍ନ ଚରିତ୍ରରେ ଜୀବନ୍ତ ଅଭିନୟ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଗିରିଧାରୀ ବାଗ ରୂପସଜ୍ଜା କାର୍ଯ୍ୟ ତୁଲାଇଥିବା ବେଳେ ଚିନ୍ମୟ କୁମାର ପଣ୍ଡା ପରିଚାଳନା କରିଥଲେ। ଶେଷରେ ଏକାଡେମୀ ସଚିବ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ହୋତା ସମସ୍ତ କଳାକାର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଧିତ କରିଥଲେ।


