ବରଗଡ଼-ବରଗଡ଼ ଜିଲ୍ଲାରେ ବ୍ୟାପକ ପରିମାଣରେ ଗଣ୍ଠିପୋକ ର ପ୍ରାଦୁର୍ଭାବ ଫଳରେ ହଜାର ହଜାର ଏକ ଧାନ ଚାଷ ପ୍ରଭାବିତ। ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧାନ ଚାଷ ଆରମ୍ଭ ରୁ ସମସ୍ୟା ଉପରେ ସମସ୍ୟା ଦେଖା ଦେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ସମୟରେ ଅଜଣା ରୋଗପୋକ ଜମିରେ ଲାଗି ଫସଲ ନଷ୍ଟ କରୁଛନ୍ତି। କିଛି ରୋଗପୋକ ସ୍ଥାୟୀଭାବରେ ପ୍ରତେକ ଋତୁ ରେ ଦେଖିବାକୁ ମିଲୁଛୁ ଏବଂ ସେମାନଙ୍କ ଠାରୁ ଚାଷକୁ ବଞ୍ଚାଇବା ପାଇଁ ସରକାରୀ ସ୍ତରରେ ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଦମନ ମଧ୍ୟ କରାଯାଉଛି। କୃଷି ଅଧିକାରୀ ମାନେ ନିୟମିତ ବ୍ୟବଧାନ ରେ କ୍ଷେତ୍ର ପରିଦର୍ଶନ କରି ଚାଷ ସମ୍ବନ୍ଧରେ ଉପରସ୍ତ ଅଧିକାରୀ ମାନଙ୍କୁ ସ୍ଥିତି ଅବଗତ କରାଇଥାନ୍ତି। କୃଷି ଅଭିଜ୍ଞମାନଙ୍କ ପରାମର୍ଶ ଅନୁସାରେ ଚାଷୀ ମାନଙ୍କୁ ଫସଲ ସୁରକ୍ଷିତ ଓ ଠିକ ଅମଳ ପାଇଁ ସାହାଯ୍ୟ କରିଥାନ୍ତି। ହେଲେ ବରଗଡ଼ ଜିଲ୍ଲା ରେ ସେହିପରି ଆଖିଦୃଶିୟା ପଦକ୍ଷେପ ନେଇଥିବା ହୃତବୋଧ ହୋଉନାହିଁ। ଜିଲ୍ଲାରେ ଚାଷ ଆରମ୍ବ ରୁ ପାଲ୍ହାରୁଆ ସମୟରେ ପ୍ରଥମେ ଗଣ୍ଠିପୋକ ଲାଗିଥିଲା ପରେ ପିଳ ବାହାରିବା ବେଳେ ଏବେ ଧାନ ବାହାରିବା ସମୟରେ ଲାଗି ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଗଲାଣି।
ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ରେ ଯେତେ ରୋଗ ପୋକ ମରା ଦେଲେ ମଧ୍ୟ ଦମନ କରାଯାଇପାରୁନାହିଁ। ରାଜ୍ୟ ସରକାର ଚଳିତ ବର୍ଷ ରୋଗପୋଜ ମରା ଔଷଧ କୃଷି ବିଭାଗ ଅନୁମତି ରେ ଦୋକାନୀ ମାନେ ବିକ୍ରି କରିପାରିବେ ବୋଲି ଘୋଷଣା କରିଥିଲେ। କୃଷି କର୍ମଚାରୀ ଙ୍କ ବିନା ଅନୁମତିରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ହେଲେ ଖୋଲାଖୋଲି ବିନା ଅନୁମତି ରେ ଔଷଧ ବିକ୍ରି ହେଉଛି ଏବଂ କେବଳ ଅସଲି ନୁହେଁ ନାକଲିମଧ୍ୟ ବିକ୍ରି ହେଉଛି। ଅତାବିରା କୃଷକ ସଂଗଠନ ରୋଗପୋକ ଜନିତ ଫସଲ ନଷ୍ଟ ପ୍ରସଙ୍ଗରେ ତହସିଲଦାରଙ୍କୁ ଅବଗତ କରାଇ କେମିତି ଫସଲ ରକ୍ଷା କରାଯାଇ ପାରିବ ସେଦିଗରେ ଯତ୍ନବାନ ହେବା ପାଇଁ ନିବେଦନ କରିଥିଲେ। ବରଗଡ଼ ଜିଲ୍ଲାରେ କୃଷି ବିଭାଗର ଉଦାସୀନତା କାରଣ ରୁ ଆଜି ହଜାର ହଜାର ଏକର ଜମି ର ଧାନ ଫସଲ ନଷ୍ଟ ଗଲାଣି ଚାଷୀ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ନିନ୍ଦୁଛି। କଟାପାଲି ର ଚିତ୍ରସେନ ସାହୁ, ଦଶରଥ ସେଠ, ପ୍ରଦୀପ ମେହେର ଙ୍କ ଚାଷ ପ୍ରାୟ ୩୩ %ରୁ ଅଧିକ ଧାନ ଫସଲ କ୍ଷତି ହୋଇଥିବା ବେଳେ ଭେଡେନ, ବରପାଲି, ବରଗଡ଼ ଏବଂ ଅତାବିରା ବ୍ଲକ ରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣା ପଡୁଛି। ସେଥିପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବୀ କରୁଛି ଯେ ଜିଲ୍ଲାରେ ରୋଗପୋକ ଦମନ କରିବା ପାଇଁ ଉଦ୍ୟମ କରାଯାଉ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ଏବଂ ଇସୁରେନ୍ସ ପ୍ରଧାନ କରାଯାଉ ।