Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରବି ଋତୁ ଧାନ କିଣିବା ପାଇଁ ଜିଲ୍ଲା ସ୍ତରୀୟ ବୈଠକ।

ରବି ଋତୁ ଧାନ କିଣିବା ପାଇଁ ଜିଲ୍ଲା ସ୍ତରୀୟ ବୈଠକ।

ବରଗଡ଼-ଚଳିତ ରବି ଋତୁ ଧାନ ବିକ୍ରି ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳ  ଆଦିତ୍ୟ ଗୋୟଲ ଙ୍କ ସଭାପତିତ୍ୱ ରେ ଡି ଆର ଡି ଏ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ସୋନପୁର, କଳାହାଣ୍ଡି, ବଲାଙ୍ଗୀର ପରେ ବରଗଡ଼ ଜିଲ୍ଲାରେ ଧାନ କିଣାବିକା ବୈଠକ ବସିଛି। ଅନ୍ୟ ବର୍ଷ ମାନଙ୍କରେ ପ୍ରଥମେ ବରଗଡ଼ ରେ ନିଷ୍ପତ୍ତି ହେଉଥିଲା। ଚଳିତ ରବି ଋତୁ ପାଇଁ ୮୫୭୨୦ ଜଣ ଚାଷୀ ଧାନ ବିକ୍ରି କରିବା କୁ ପଞ୍ଜିକୃତ ହୋଇଛନ୍ତି। ପଞ୍ଜିକୃତ ଚାଷୀ ମାନଙ୍କୁ ସେଟଲାଇଟ ଜରିଆରେ ଭେରୀଫିକେସନ ହେବ ଯେଉଁ ଚାଷୀ ଚାଷ ନ କରି ଆବେଦନ କରିଥିବେ ସେମାନେ ଧାନ ବିକ୍ରି ବ୍ୟବସ୍ଥା ରୁ ବାଦ ପଡିବେ। ରବି ଋତୁ ରେ ମାତ୍ର ଦୁଇ ମାସ ମଧ୍ୟ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା କରାଯାଇଥାଏ। ପଞ୍ଜିକୃତ ଚାଷୀଙ୍କୁ ଅମଳ ଧାନ ବିକ୍ରି ପାଇଁ ଟୋକନ କରାଯାଇଥାଏ ପ୍ରତେକ ଟୋକନ ଅବଧି ଗୋଟିଏ ମାସ ପର୍ଯ୍ୟନ୍ତ ବଧ୍ୟ୍ୟ ଥାଏ। ଚାଷୀ ଅମଳ ଧାନ ଶୁଖିଲା, ସଫା ସୁତୁରା କରି ଧାନ ମଣ୍ଡି କୁ ଆଣିଥାଏ। ମଣ୍ଡି ରେ ମଣ୍ଡି ପରି ଚାଳନା ଠାରୁ ଆରମ୍ଭ କରି ଧାନ ବିକ୍ରି ହୋଇ ମିଲିଙ୍ଗ ପାଇଁ ମିଲ କୁ ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ସରକାର ବହନ କରିଥାନ୍ତି। ଧାନ ରକ୍ଷାଣା ବେକ୍ଷଣ, ବସ୍ତା, ଲେବର, ଧାନ କିଣା ସହାୟତା ସହିତ ନେବା ଆଣିବା ଖର୍ଚ୍ଚ ସରକାରୀ ତହବିଲ ଆସିଥାଏ। କଷ୍ଟ ଉପାର୍ଜିତ ଧାନ ର ମୂଲ୍ୟ ଚାଷୀ ଯେମିତି ସରକାରୀ ବିକ୍ରି କରି ଠିକ ଭାବେ ପାରିବେ, କାହାରି ଠାରୁ ଶୋଷିତ ଲୁଣ୍ଟିତ ନ ହେବେ ସେଦିଗରେ ଅନେକ ଗୁଟିଏ ସରକାରୀ ସଂସ୍ଥା କାମ କରିଥାନ୍ତି। ଧାନ କିଣାବିକା ସୁବ୍ୟବସ୍ଥିତ କରିବା ପାଇଁ ସରକାର ଙ୍କ ବିକେନ୍ଦ୍ରିତ ଧାନ ସଂଗ୍ରହ ନୀତି ମଧ୍ୟ ଅଛି। ଏତେ ବ୍ୟବସ୍ଥା ଥିବା  ସତ୍ତ୍ବେ ବରଗଡ଼ ଚାଷୀ ମାନେ ଅସନ୍ତୋଷ ଅଛନ୍ତି। କେତେବେଳେ ଜମି ପଞ୍ଜିକରଣ ସମସ୍ୟା ତ କେତେବେଳେ ଟୋକନ ତ ଆଉ କେତେବେଳେ ଏଫ ଏ କ୍ୟୁ ନାଁରେ କଟନି ଛଟନୀ କରି ଚାଷୀଙ୍କୁ ଶୋଷଣ କରାଯାଇଛି। ଆଜି ବୈଠକ ରେ ଅନ୍ୟକ କୃଷକ ସଂଗଠନ ପ୍ରତିନିଧି ଉପସ୍ଥିତ ଥିବା ବେଳେ ନୂତନ ଭାବେ ଗଠିତ ସଂଯୁକ୍ତ କୃଷକ ସଂଗଠନ ଶାଖା ସଂଗଠନ ର ସଦସ୍ୟ ମାନେ ଜିଲ୍ଲା ପ୍ରଶାସନ ଙ୍କୁ ଦୁଇ ଘଣ୍ଟା କାଳ କାଠଗଡା ରେ ଠିଆ କରିଥିଲେ। ସେମାନଙ୍କ ଯୁକ୍ତି ହେଲା ଯେ ଗତ ବର୍ଷ ମାନଙ୍କରେ ଧାନ ବିକ୍ରି କରିଥିବା କିଛି ଚାଷୀ ମାନେ ବର୍ତ୍ତମାନ ସୁଦ୍ଧା କାହିଁକି ଧାନ ବିକ୍ରି ଟଙ୍କା ପାଇ ପରି ନାହାନ୍ତି ? କାହିଁକି ବିକେନ୍ଦ୍ରିତ ଧାନ କିଣା ବ୍ୟବସ୍ଥା କୁ କେନ୍ଦ୍ରକରଣ କରାଯାଇଛି, ଜମି ପଞ୍ଜିକରଣ ବାରମ୍ବାର କରି ଚାଷୀଙ୍କୁ କାହିଁକି ହଇରାଣ କରାଯାଉଛି? ଚାଷୀ ଙ୍କ ଟୋକନ କାହିଁକି ଧାନ ବିକ୍ରି ଯଥେଷ୍ଟ ପୂର୍ବରୁ ଦିଆ ଯାଉ ନାହିଁ ? ଟୋକନ ଥାଇ ଧାନ ମଣ୍ଡି ପକାଇ ଥିଲେ ମଧ୍ୟ ମାସେ କାଳ ମଣ୍ଡି ରେ ଧାନ ପଡି ରହୁଛି କାହିଁକି ?  ଯଦି ଚାଷୀ ଙ୍କ ଭୁଲ ନ ଥାଇ ଟୋକନ ସମସ୍ୟା ଥିଲେ ସ୍ଥାନୀୟ ସଂଶୋଧନ ହେଉନାହିଁ କାହିଁକି ? ବସ୍ତା ତୁତଲୀ ଟଙ୍କା ଖାଉଛି କିଏ ? କାହା ସ୍ୱାର୍ଥ ରେ ଏଫ ଏ କ୍ୟୁ ଧାନ କଟନି ଛଟନୀ କରାଯାଉଛି ? ଏହି ପରି ଅନେକ ପ୍ରଶ୍ନ କରିଥିଲେ। ପରେ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀ ମାନେ ଚଳିତ ବର୍ଷ ରେ ଚାଷୀ ମାନଙ୍କୁ ଏଫ ଏ କ୍ୟୁ ଧାନ ମଣ୍ଡି କୁ ଆଣିବା ପାଇଁ ଅନୁରୋଧ କରିଥିଲେ ଏବଂ କଟନି ଛଟନୀ ହେବ ନାହିଁ ବୋଲି ପ୍ରତିଶୃତି ଦେବା ସହିତ ଧାନ ବିକ୍ରି ପାଇଁ ବାବହୃତ ବସ୍ତା ରାଇସ ମିଲ ଦେବା ପାଇଁ କହିଥିଲେ। ସୁରୁଖୁରୁରେ ଧାନ କିଣା ବିକା ରେ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ। ସଙ୍ଗଠନ ପକ୍ଷରୁ କୌଣସି ସମସ୍ୟା ହେଲେ ଆନ୍ଦୋଳନ କରିବା କୁ ବଧ୍ୟ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ। ସଂଯୁକ୍ତ କୃଷକ ସଂଗଠନ ର ଶାଖା ସଂଗଠନ ସଦସ୍ୟ ବୀରେନ୍ଦ୍ର କର, ସୁଦାମ ସାହୁ, କାରଣ ସାହୁ, ତପନ ମିଶ୍ର, ଥବିର ସାହୁ, ନିରଞ୍ଜନ ପଧାନ, ବାବ୍ରୁ ସାହୁ, ପ୍ରଶାନ୍ତ ସାହୁ, ସୁରେଶ ନିକେଣ୍ଟି, ଏକାଦସିଆ ସାହୁ, ଈଶାନ୍ତ ଭୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

error: Content is protected !!