ବରପାଲି-ବରପାଲି ମହାବିଦ୍ଯାଳୟ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନେ ପୂରୀ ରଥଯାତ୍ରାରେ ସାମିଲ ହୋଇ ସେବାକାର୍ଯ୍ଯରେ ହାତ ବଢାଇ ସୁନାମ ଅର୍ଜନ କରିପାରିଛନ୍ତି। ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସେବା ଶିବିରରେ ବରଗଡ଼ ଜିଲ୍ଲା ସ୍ତରିୟ ଯୁବ ରେଡକ୍ରସ ସ୍ବେଛାସେବୀ ମାନେ ପୂରୀ ରଥଯାତ୍ରାରେ ଯୋଗ ଦେଇଥିଲେ।
ଏହି ଅବସରରେ ଜିଲ୍ଲାରୁ ବରପାଲି ମହାବିଦ୍ଯାଳୟ ସ୍ବେଚ୍ଛାସେବୀ ଭାବରେ ରାଜଶେଖର ବଗାର, ସମୀର ବିଶି ଓ ଆଶିଷ କୁମାର ସା ତଥା ପରାମର୍ଶଦାତା ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ପରମାନନ୍ଦ ରଥ ପ୍ରମୁଖ ଯୋଗ ଦେଇଥିଲେ ।
ଶିବିର କାର୍ଯ୍ଯକ୍ରମକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଓ ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଯୋଗ ଦେଇଥିଲେ । ଉଦଘାଟନୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ଓଡ଼ିଶା ରାଜ୍ୟଶାଖା ରେଡକ୍ରସ ସୋସାଇଟି ସମ୍ପାଦକ ଡ. ରମେଶ ଚନ୍ଦ୍ର ବେହେରା ।
ସ୍ବେଚ୍ଛାସେବୀ ମାନେ ରଥଯାତ୍ରାର ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଜଳ ବାଣ୍ଟନ,ପାଣି ଛିଞ୍ଚିବା ତଥା ଅସୁସ୍ଥ ଭକ୍ତ ମାନଙ୍କୁ ସେବାକାର୍ଯ୍ଯରେ ସହାୟତା,ଷ୍ଟ୍ରେଚର ବ୍ଯବସ୍ଥା,ପିଡିତା ମାନଙ୍କ ବୋହା ବୋହି, ପ୍ରାଥମିକ ଚିକିତ୍ସା ଆଦି କାର୍ଯ୍ୟ ମାନ କରିଥିଲେ। ପୁରୀ ଜିଲ୍ଲା ପ୍ରସାସନର ସ୍ବେଚ୍ଛା ମୂଳକ ବିଭିନ୍ନ କାର୍ଯ୍ଯକ୍ରମ ମାନଙ୍କରେ ଶିକ୍ଷାର୍ଥି ମାନେ ସହଯୋଗି ଭାବରେ ସଫଳ ରୁପଦେବା ସହ ବେଶ ପ୍ରଶସାଂ ଅର୍ଜନ କରିଛନ୍ତି।