Sunday, February 23, 2025
spot_imgspot_imgspot_img
Homeରାଜ୍ୟରାଇରଙ୍ଗପୁରରେ ମେଗା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ରାଇରଙ୍ଗପୁରରେ ମେଗା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା) -ରାଇରଙ୍ଗପୁର ସହରରେ ମେଗା ଚକ୍ଷୁ ପରୀକ୍ଷା ଶିବିର ରାଇରଙ୍ଗପୁର ରୟାଲ ରୋଟାରୀ କ୍ଲବ ଆନୁକୂଲ୍ଯରେ ସକାଳ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ଯନ୍ତ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୁଦୂର ସିଡିଏ କଟକର ରୋଟାରୀ ଜେପିଏମ ହସପିଟାଲର ଡାକ୍ତରୀଦଳ ଆସି ଚକ୍ଷୁରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ I ଚକ୍ଷୁର ନାନାପ୍ରକାର ରୋଗର ପରୀକ୍ଷା କରିବା ସହ ମୋତିଆବିନ୍ଦୁ ଯାହାର ଥିବ, ତାଙ୍କୁ ଅସ୍ତ୍ରପ୍ରଚାର ପାଇଁ କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ I ଯାହା ନିଶୁଳ୍କ ସେବା ରାଇରଙ୍ଗପୁର ରୋଟାରୀ କ୍ଲବ ତରଫରୁ ଯୋଗାଇ ଦିଆଯିବ ବୋଲି କର୍ମକର୍ତ୍ତା ସୂଚନା ଦେଇଥିଲେ I

ପୁଣି ଯାହାର ଚକ୍ଷୁ ସମସ୍ଯା ପାଇଁ ଚଷମା ଆବଶ୍ଯକ ହୋଇଥିଲା, ସେମାନଙ୍କୁ ମଧ୍ଯ ବିନା ମୂଲ୍ଯରେ ଚଷମା ଯୋଗାଇ ଦିଆଯାଇଥିଲା I ଏଥିରେ ରାଇରଙ୍ଗପୁର ଉପଖଣ୍ଡ ତଥା ମ୍ଯୁନିସିପାଲିଟିରୁ ୨୫୦ ରୁ ଉର୍ଦ୍ଧ ଚକ୍ଷୁ ରୋଗୀ ନାମ ପଞ୍ଜୀକରଣ କରିଥିଲେ I ଉକ୍ତ ଚକ୍ଷୁ ପରୀକ୍ଷା ଶିବିରରେ ରାଇରଙ୍ଗପୁର ରୟାଲ ରୋଟାରୀ କ୍ଲବ ର ସଭାପତି ବାସୁଦେବ ପଲ୍, ସମ୍ପାଦକ ପ୍ରତ୍ଯୁଷ କୁମାର ପରିଡା, କାର୍ଯ୍ଯକାରୀ ସଦସ୍ଯଗଣ ଅରବିନ୍ଦ ବାଗାଡିଆ, ବିକାଶ ଭୂତ୍, ବିବେକ ଚରଣ ପାହାଡି, ଟିକେ ବିଜୟାନ୍, ରାମଅବତାର ପାଢିଆ, ଅନ୍ତର୍ଯ୍ଯାମୀ ମହାକୁଡ, କାଳିପ୍ରସନ୍ନ ମହାନ୍ତି, ବିଜୁ ଜେନା ଓ ସତ୍ଯ କୁମାର ନାୟକ ପ୍ରମୁଖ ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ I

error: Content is protected !!