ପଦ୍ମପୁର-ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବରଗଡ଼ ଆନୁକୂଲ୍ୟରେ ପଦ୍ମପୁର ସ୍ଥିତ ବ୍ଲକ ଅଫିସ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ଯୌନ ଅପରାଧ ସମୂହରୂ ଶିଶୁ ମାନଙ୍କର ସୁରକ୍ଷା ଆଇନ ୨୦୧୨ କୁ ନେଇ ମାଧ୍ୟମିକ ଶିକ୍ଷକ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମଞ୍ଜୁ ଏକ୍କା ସଭାରେ ଯୋଗ ଦେଇଥିବା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସମେତ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ମମତା ମେହେର ଶିଶୁ ଅଧିକାରରେ ଶିଶୁ ମଙ୍ଗଳ ସମିତିର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। କିଶୋର ନ୍ୟାୟ ବୋର୍ଡ଼ର ସଭ୍ୟ ପ୍ରୟାସ ଦାଶ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ପିଲା ମାନଙ୍କର ଯତ୍ନ ଓ ସୁରକ୍ଷ୍ୟା ତଥା ସେମାଙ୍କର ଥଇଥାନ ଉପରେ ବକ୍ତବ୍ୟ ରଖିଥିଲେ ଏବଂ କିଶୋର ନ୍ୟାୟ ଆଇନ ୨୦୧୫ ଉପରେ ଏକ ବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ।

ଚାଇଲଡ ହେଲ୍ପ ଲାଇନର କେସ ୱାରକାର ସୁରଜ କୁମାର ସାହୁ ଶିଶୁ ସୁରକ୍ଷ୍ୟାରେ ଚାଇଲଡ ହେଲ୍ପ ଲାଇନ ର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରମୁଖ ଆଇନ ସେବା ପ୍ରତିପକ୍ଷ ଓକିଲ ଶ୍ରୀ ମୁନସୀ ସାହୁ pocso act ୨୦୧୨ ବିଷୟରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଥିଲେ।ପଦ୍ମପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶିବ ପ୍ରସାଦ ଯୋଶୀ ସମ୍ମାନ ଜନକ ଅତିଥିଙ୍କ ଭାଷଣ ପ୍ରଦାନ କରିଥିଲେ। ଉକ୍ତ କର୍ମଶାଳାକୁ ମଙ୍ଗଳ ରୂପାୟନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବିକାଶ କୁମାର ପ୍ରଧାନ, ଅଭିଷେକ ବିଶ୍ୱାଳ, କସ୍ତୁରବା ଗାନ୍ଧୀ ମାତୃ ନିକେତନ ପାଇକମାଳ ର ସଂଜୀବ ଦାସ, ତିଳକରାମ ମାଝୀ, ଚନ୍ଦ୍ରଶେଖର ପାତ୍ର ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।କସ୍ତୁରବା ଗାନ୍ଧୀ ମାତୃ ନିକେତନର ଅଧିକ୍ଷକ ଶ୍ରୀ ନିର୍ମଳ କୁମାର ଗିରି ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ଉପରେ ବିଶେଷ ବିବରଣୀ ପ୍ରଦାନ କରିବା ସହିତ ପରିଶେଷରେ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


